ଅଙ୍ଗୁଳି ଯୋଡ଼ିବା ବଦଳରେ କାଟିଦେଲେ

ସମ୍ବଲପୁର,୧୩ା୮(ଶୁଭାଶିଷ ପାଢ଼ୀ)ଛତିଶଗଡ଼ ରାୟପୁରର ଏକ ଘରୋଇ ମେଡିକାଲ ଡାକ୍ତରଙ୍କ ଅବହେଳା ଯୋଗୁ ସମ୍ବଲପୁର ମହାନଗର ନିଗମ ହୀରାକୁଦର ଯୁବକ ସନତ କୁମାର ମହାନ୍ତି ତାଙ୍କ ଡାହାଣ ହାତର ବୁଢା ଅଙ୍ଗୁଳି ହରାଇ ବସିଛନ୍ତି। ଅଙ୍ଗୁଳି ଯୋଡିବା ବଦଳରେ ଡାକ୍ତର ବାରମ୍ବାର ଅପରେଶନ କରି ଶେଷରେ କାଟି ଦେଇଥିବା ସନତ ଅଭିଯୋଗ କରିଛନ୍ତି।
ଜିଲା ସାମ୍ବାଦିକ ଭବନରେ ଶନିବାର ସନତ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଗତ ଜୁଲାଇ ୨୧ ତାରିଖରେ ସେ ବାଇକ୍‌ରେ ଆସୁଥିବା ସମୟରେ ଦୁର୍ଘଟଣା ଯୋଗୁ ତାଙ୍କ ବୁଢା ଅଙ୍ଗୁଳିରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ପ୍ରଥମେ ସେ ଜିଲା ସଦର ଡାକ୍ତରଖାନା ଓ ପରେ ବୁର୍ଲା ଭିମ୍‌ସାରକୁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଅଙ୍ଗୁଳି ଯୋଡିବାକୁ କଟକ ବଡ ମେଡିକାଲ ଯିବାକୁ କହିଥିଲେ। ହେଲେ ଶୀଘ୍ର ସୁସ୍ଥ ହେବା ଆଶାରେ ସେ ରାୟପୁରର ଏକ ବର୍ନ ଓ ପ୍ଲାଷ୍ଟିକ ସର୍ଜରି ସେଣ୍ଟର (ଘରୋଇ ମେଡିକାଲ)କୁ ଯାଇଥିଲେ। ସେଠାରେ ଆଡ୍‌ମିଶନ ହେବା ସମୟରେ ପ୍ରଥମେ ମେଡିକାଲ କର୍ତ୍ତୃପକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ଚିକିତ୍ସା ଆରମ୍ଭ କରିବା ପରେ ଆଉ ୫୦ ହଜାର ନେଇଥିଲେ। ଅଙ୍ଗୁଳି ଯୋଡିବା ପାଇଁ ଅପରେଶନ କରିଥିଲେ। ହେଲେ ସେଫ୍‌ଟିକ୍‌ ହୋଇଯିବାରୁ ପୁଣି ଅପରେଶନ କରିବା ପାଇଁ କହିଥିଲେ। ଛିଣ୍ଡି ଯାଇଥିବା ଅଙ୍ଗୁଳି ନଷ୍ଟ ହୋଇଯାଇଛି, ଆଉ ହୋଇପାରିବ ନାହିଁ ବୋଲି କହିଥିଲେ। ୩ ଲକ୍ଷ ୭୫ ହଜାର ଟଙ୍କାର ବିଲ୍‌ ହୋଇଥିବାରୁ ତୁରନ୍ତ ପଇଠ ପାଇଁ କହିଥିଲେ। ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବାରୁ ମେଡିକାଲରେ ପ୍ରାୟ ଏକସପ୍ତାହ ବନ୍ଧକ ରଖିଥିଲେ। ବହୁ କଷ୍ଟରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଋ଼ଣ ନେଇ ଟଙ୍କା ଦେଇ ମୁକୁଳିଥିଲି। ଆଉ ୨୫ହଜାର ଟଙ୍କା ନେବା ପାଇଁ ମୋଠାରୁ ଚୁକ୍ତିନାମା ମଧ୍ୟ ରଖିଛନ୍ତି। ଘରୋଇ ମେଡିକାଲ ଚିକିତ୍ସା ସେବା ଦେବା ନାମରେ ଶୋଷଣ କରୁଛନ୍ତି। ଏହାକୁ ନେଇ ଖାଉଟି ଅଦାଲତରେ ମାମଲା କରିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri