ରାତିଅଧରେ ବାଡ଼ିରୁ କାଟିନେଲେ ଚନ୍ଦନ ଗଛ

ଦାରିଙ୍ଗବାଡି,୧୪।୮(ଡି.ଏନ୍‌.ଏ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ଚନ୍ଦନ କାଠ ଚୋର ସକ୍ରିୟ ହେବାରେ ଲାଗିଛନ୍ତି। ଉକ୍ତ ବନାଞ୍ଚଳର ଶ୍ରାନିକେତା ଗ୍ରାମର ଜିତେନ୍ଦ୍ର ସାହୁଙ୍କ ବାଡ଼ିରେ ପଶି ଦୁର୍ବୃତ୍ତ ବିଳମ୍ବିତ ରାତିରେ ମୂଲ୍ୟବାନ ଚନ୍ଦନ ଗଛ କାଟି ଦେଇଛନ୍ତି। ବିରାଟ ଗଛକୁ ସେମାନେ ଅତି ଚତୁରତାର ସହ କାଟି ନେଇଥିବା ଜିତେନ୍ଦ୍ର କହିଛନ୍ତି। ଏହାକୁ କୌଣସି ଯନ୍ତ୍ର ସାହାଯ୍ୟରେ କଟାଯାଇଥିବା ସେ ସନ୍ଦେହ କରିଛନ୍ତି । ସେ କହିଛନ୍ତି ଯେ, ଚନ୍ଦନ ଗଛଟି ତାଙ୍କ ବାଡ଼ିରେ ଥିବା ଦୁର୍ବୃତ୍ତ ଜାଣିପାରିବେ ନାହିଁ। ତେଣୁ ଏଥିରେ ସ୍ଥାନୀୟ ଚୋରଙ୍କ ହାତ ଅଛି। ସେ ଏ ନେଇ ଥାନା ଏବଂ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବି ବୋଲି କହିଛନ୍ତି । ଖବର ଲେଖିବା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।

Share