ବାସୁଦେବପୁର, ୨୩।୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆର୍ତୁଂ ପଞ୍ଚାୟତରେ ଥିବା ଶଙ୍ଖେଶ୍ୱର ମନ୍ଦିର ପରିସରରୁ ଏକ ଚନ୍ଦନ ଗଛକୁ କେହି ଦୁର୍ବୃତ୍ତ ରବିବାର ରାତିରେ କାଟି ଚୋରି କରିନେଇଛନ୍ତି। ଚନ୍ଦନ ଗଛ ଚୋରି ସମ୍ପର୍କରେ ସୋମବାର ସକାଳେ ଜଣାପଡ଼ିବା ପରେ ମନ୍ଦିର ପରିସରରେ ଲୋକଙ୍କ ଭିଡ଼ ଜମିଥିଲା। ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।