ଜୁନାଗଡ଼,୨୦।୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ସହରର କଲମପୁର ଛକ ନିକଟରେ ଥିବା ୨ଟି ଦୋକାନର ଛାତ କାଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଛନ୍ତି। ଏ ନେଇ ଦୋକାନ ମାଲିକ ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରଜୁ କରିଛି। ପୋଲିସ ସାଇଣ୍ଟଫିକ ଟିମ୍ ଓ ସନ୍ଧାରୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, କଲମପୁର ଛକ ନିକଟରେ ଥିବା ଏକ ଜ୍ୱେଲର୍ସ ଓ ଡେଲି ନିଡ୍ସ ଦୋକାନକୁ ବୁଧବାର ରାତିରେ କେତେକ ଦୁର୍ବୃତ୍ତ ଛାତ କାଟି ଦୋକାନରେ ଥିବା ଟଙ୍କା ଓ ରୂପା ଅନ୍ୟାନ ମୂଲ୍ୟବାନ ଜିନିଷ ଚୋରି କରିନେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ହେବ ବୋଲି ଜଣାପଡିଛି। ତେବେ ଦୁର୍ବୃତ୍ତ ଚୋରି କରୁଥିବା ଦୃଶ୍ୟ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଗତ ସୋମବାର ରାତିରେ ସହରର ୫ ନଂ. ୱାର୍ଡର ଶିକ୍ଷକ ମନୋରଞ୍ଜନ ସିଂଙ୍କ ବାଇକ୍କୁ କେହି ଦୁର୍ବୃତ୍ତ ରାତିରେ ଘରୁ ଚୋରି କରିନେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ବାଇକ୍ ଚୋରଙ୍କୁ ଗିରଫ କରିପାରିନାହିଁ।