ଗଞ୍ଜାମରେ କରୋନା କଟକଣା କୋହଳ: ଜିଲାପାଳ

ଛତ୍ରପୁର,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କଟକଣା ସାମାନ୍ୟ କୋହଳ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ସୋମବାରଠାରୁ ଶୁକ୍ରବାର ଯାଏ ଦୋକାନ ବଜାର ସକାଳ ୫ଟାରୁ ରାତି ୮ଟା ଯାଏ ଖୋଲାରହିବ । ପୂର୍ବରୁ ବ୍ରହ୍ମପୁର ସହରରେ ଏହି ନୂଆ ସମୟ ଘୋଷଣା ହୋଇଥିଲା। ଜିଲାରେ ପୂର୍ବରୁ ଅପରାହ୍ନ ୪ଟା ଯାଏ ଦୋକାନବଜାର ଖୋଲା ରହୁଥିଲା। ତେବେ ପୂର୍ବଭଳି ଜିଲାରେ ଶନିବାର ଓ ରବିବାର ସପ୍ତାହନ୍ତ ଶଟ୍‌ଡାଉନ୍‌ ଜାରି ରହିବ। ଏଥିସହିତ ବ୍ରହ୍ମପୁର ସହର ଭିତରେ ପ୍ରବେଶ ଓ ବାହାରକୁ ଯିବା ଉପରେ ଥିବା କଟକଣା ମଧ୍ୟ ଉଠିଛି। ଅପରପକ୍ଷରେ ସମସ୍ତ ଦୋକାନ ସାମାଜିକ ଦୂରତା ଓ ପଞ୍ଚସୂତ୍ର ନିୟମ ମାନିବାକୁ ପଡ଼ିବ ମାସ୍କ ପିନ୍ଧିବା, ଅନ୍ୟଠାରୁ ୨ ମିଟର ଦୂରତା ଅବଲମ୍ବନ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି।...

୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା...

ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ...

ହାତୁଡ଼ିରେ ପିଟି ବାପାଙ୍କୁ ହତ୍ୟା କଲେ ପୁଅ

ଫୁଲବାଣୀ/ଫିରିଙ୍ଗିଆ,୨୭ା୩(ରାକେଶ କୁମାର ରାଉତ/ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟଛି। ବାପା ଡକେଣା ଦିଗାଲଙ୍କୁ...

ପୁଅ ମୃତ୍ୟୁ ପଛରେ ବାପାଙ୍କ ହାତ: ସାଂଘାତିକ ଅଭିଯୋଗ ଆଣିଲେ ମା’

ଫୁଲବାଣୀ,୨୭।୩(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ସାହିରେ ଜଣେ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ସେ ହେଲେ ଅଭିଜିତ୍‌...

ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ଥୁଆମୂଳ ରାମପୁର,୨୭।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିଜେଡିକୁ ଗୋଟେ ପରେ ଗୋଟେ ଶକ୍ତ ଧକ୍କା ଲାଗିଛି। ବିଗତ ଦିନରେ ଥୁଆମୂଳ ରାମପୁର...

ବିକୁଥିଲେ ନକଲି ସିମ୍‌: ଧରିଲା ପୋଲିସ

ପାଟଣା,୨୭ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାଇବର ପୋଲିସ ଶତାଧିକ ନକଲି ସିମ୍‌ ବିକ୍ରି ଅଭିଯୋଗରେ ଗୁରୁବାର ଜଣେ ଏଜେଣ୍ଟଙ୍କ ସମେତ ୨ ଜଣଙ୍କୁ ଗିରଫ...

ବାଇକ୍‌ ଆଗକୁ ଚାଲିଆସିଲା ବାର୍‌ହା: ବାପ ମୃତ, ପୁଅ ଆହତ

ଛତ୍ରପୁର,୨୭।୩(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ବାଇକ୍‌ ଯୋଗେ ନିଜ ଗାଁରୁ ସହରକୁ ଆସୁଥିଲେ ବାପା ଓ ପୁଅ । ହଠାତ୍‌ ବାଇକ୍‌ ଆଗରେ ପଶିଗଲା ଏକ ବାର୍‌ହା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image