ମେ’ ୨ ବିଜୟ ଉତ୍ସବ ପାଳନ ଉପରେ କଟକଣା: ନିର୍ଦ୍ଦେଶ ଜାରି କଲେ ଇସି…

ନୂଆଦିଲ୍ଲୀ, ୨୭।୪: ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମେ’୨ରେ ପ୍ରକାଶ ପାଇବ। ତେବେ ଫଳାଫଳ ନେଇ କୌଣସି ବିଜୟ ଉତ୍ସବ ପାଳନ କରାଯିବ ନାହିଁ ଅବା ରାଲି ଆୟୋଜନ ହେବନି ବୋଲି ନିର୍ବାଚନ କମିଶନ(ଇସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଭୋଟ ଗଣନା ପୂର୍ବରୁ ଇସି ଏଭଳି ସୂଚନା ଦେଇଛନ୍ତି। ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଅଷ୍ଟମ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୨୯ରେ ଅନୁଷ୍ଠିତ ହେବ। ଅବଶିଷ୍ଟ ୩୫ଟି ଆସନ ଲାଗି ଭୋଟିଂ କରାଯିବ।

Share