Advertisement
Categories: ଜାତୀୟ

ନିର୍ବାଚନ ପ୍ରଚାର ପଦଯାତ୍ରାରୁ ହଟିଲା କଟକଣା, ରାତି ୧୦ଟା ପର୍ଯ୍ୟନ୍ତ କରିହେବ ପ୍ରଚାର…

ନୂଆଦିଲ୍ଲୀ, ୧୨।୨ : ଭାରତୀୟ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଉପରେ ଥିବା କଟକଣାକୁ ଶନିବାର କୋହଳ କରିଛନ୍ତି। ନିର୍ବାଚନ ପ୍ରଚାର ପଦଯାତ୍ରାରୁ କଟକଣା ହଟିଛି। ସେହିପରି ଏଣିକି ପ୍ରାର୍ଥୀମାନେ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ କରିହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରଚାର, ରାଲି ଉପରେ କଟକଣା ଜାରି ହୋଇଥିଲା। ତେବେ ଦେଶରେ ଏବେ ସଂକ୍ରମଣ ତଳମୁହାଁ ହୋଇଥିବାରୁ କଟକଣାକୁ କୋହଳ କରାଯାଇଥିବା ଆୟୋଗ ସୂଚନା ଦେଇଛନ୍ତି।

ପୂର୍ବରୁ ପ୍ରଚାର ପାଇଁ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇ ଥିଲା। ତେବେ ଏବେ ଏଥିରେ ୪ ଘଣ୍ଟା ବୃଦ୍ଧି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share