ଏହି କୁନି ଝିଅ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ, ଚିହ୍ନିଲେ ଦେଖି

ମୁମ୍ବାଇ: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଥର ସେଲିବ୍ରିଟିଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ଯେଉଁ ଫଟୋକୁ ସେମାନଙ୍କ ପ୍ରିୟ ପ୍ରଶଂସକମାନେ ଚିହ୍ନିପାରନ୍ତି ନାହିଁ। ଏବେ ସେମିତି ଜଣେ ଅଭିନେତ୍ରୀଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଚିହ୍ନିବା କଷ୍ଟକର। ଫଟୋରେ ଆପଣ ଦେଖିବେ ଦୁଇଜଣ ଝିଅ ସୋଫାରେ ବସିଛନ୍ତି। ଶିଶୁକନ୍ୟାଟି ଆଉ ଜଣେ ଶିଶୁକନ୍ୟାକୁ କୋଳରେ ବସାଇଛି। ଓଠରେ ଏକ ସୁନ୍ଦର ହସ ଦେଖାଇ କୁନି ଝିଅଟି କ୍ୟାମେରାକୁ ଚାହିଁଛି। ଅନେକ ସୋସିଆଲ ମିଡିଆ ୟୁଜର ଏହି ଫଟୋ ଚିହ୍ନିବା ପାଇଁ ଚେଷ୍ଟା କରି ବି ବିଫଳ ହୋଇଛନ୍ତି।

ଏହି କୁନି ଝିଅଟି ଆଉ କେହି ନୁହନ୍ତି, ସେ ହେଉଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ନିକଟରେ ଅନନ୍ୟାଙ୍କ ଫିଲ୍ମ ‘ଗେହରାଇୟାଁ’ ରିଲିଜ ହୋଇଥିଲା। ଅନନ୍ୟା, ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ସ୍କ୍ରିନ୍‌ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି।
ଏବେ ଅନନ୍ୟା ସାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟରଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି।

Share