କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ, ନର୍ସଙ୍କୁ ଅଫିସ୍‌ ରୁମ୍‌ରେ ବନ୍ଦ କରିଦେଲେ ହାଉସ ସର୍ଜନ

ଭୁବନେଶ୍ୱର,୧୬।୭: କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ହାଉସ ସର୍ଜନ ଏବଂ ନର୍ସ ଧାରଣା ଦେଇଛନ୍ତି। ମେଡିଶିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଏହି ବିବାଦ ଦେଖାଯାଇଛି । ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏ ନେଇ ନର୍ସ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ୧୦ ଜଣ ହାଉସ ସର୍ଜନ ସମ୍ପୃକ୍ତ ନର୍ସଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସ ।

Share