୨ ଦିନ ବଢ଼ିପାରେ କଟକ ବାଲିଯାତ୍ରା

କଟକ ଅଫିସ, ୧୫।୧୧:ପ୍ରାୟ ଦୁଇ ବର୍ଷ ପରେ ବାଲିଯାତ୍ରା ହେବା ଓ ପର୍ଯ୍ୟଟକଙ୍କ ବୁଲିବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଗକୁ ଆଉ ୨ ଦିନକୁ ବୃଦ୍ଧି ହୋଇପାରେ କଟକ ବାଲିଯାତ୍ରା। ପର୍ଯ୍ୟଟକ ଓ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କଟକ ସିଏମ୍‌ସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ସିଏମ୍‌ସି ମେୟରଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସ୍ଥାନୀୟ ପ୍ରତିନିଧିମାନେ କଟକ ବାଲିଯାତ୍ରାକୁ ଆଉ ଦୁଇଦିନ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ। ତେବେ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବକୁ ଅନୁମୋଦନ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟକୁ ଲକ ଚିଟି ପଠାଯାଇଛି । ଏହି ପ୍ରସ୍ତାବ ପାଳିତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଛୋଟ ବଡ଼ ବ୍ୟବସାୟ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା କରିବା। ଆସନ୍ତା ୧୬ ତାରିଖରେ ବାଲିଯାତ୍ରା ଶେଷ ହେବାକୁ ଥିଲାବେଳେ ଆଉ ଦୁଇଦିନକୁ ବୃଦ୍ଧି ହୋଇପାରେ ବୋଲି କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି।

Share