ବାରବାଟୀରେ ମ୍ୟାଚ୍‌ ନେଇ ୧୨ରେ ହୋଇପାରେ ଆଲୋଚନା

କଟକ ଅଫିସ,୩।୩: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଜୁନ ମାସରେ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି । ତେବେ ମ୍ୟାଚ ହେବା ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଆସି ନାହିଁ । ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।
ସେପଟେ ଓସିଏ ଆପେକ୍ସ କମିଟି ବୈଠକରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ହେବା ନେଇ କିଛି ବି ଆଲୋଚନା ହୋଇନାହିଁ । ତେବେ ଆସନ୍ତା ୧୨ରେ ବେଙ୍ଗାଲୁରରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବାର ଅଛି। ସିରିଜର ଗୋଟିଏ ମ୍ୟାଚ ବାରବାଟୀରେ କରିବାକୁ ବିସିସିଆଇକୁ ଅନୁରୋଧ କରାଯାଇଛି ବୋଲି ଓସିଏ ସମ୍ପାଦକ କହିଛନ୍ତି ।

 

Share