ଭୁବନେଶ୍ୱର,୨୪ା୮(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କିଛିଦିନ ଧରି ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହୁଥିଲା। ମାତ୍ର ସୋମବାର ଆକ୍ରାନ୍ତ ଚିହ୍ନଟରେ ଖୋର୍ଦ୍ଧାକୁ ଟପିଯାଇଛି କଟକ। ଆଜି ଏଠାରୁ ସର୍ବାଧିକ ୫୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ପୂର୍ବରୁ କେବେ ଗୋଟିଏ ଦିନରେ କଟକରେ ଏତେ କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିଲେ।
ସୂଚନାଯୋଗ୍ୟ, ନୂଆ ୫୮୯ ଆକ୍ରାନ୍ତଙ୍କୁ ମିଶାଇ କଟକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୯୨୧ରେ ପହଞ୍ଚିଥିବା ବେଳେ ୩,୫୮୭ ଜଣ ସୁସ୍ଥ ହୋଇଛନ୍ତି। ୨୩୦୫ ଜଣ ଚିକିତ୍ସିତ ହେଉଛନ୍ତି। ୨୫ ଜଣଙ୍କ ମୃତ୍ୟୁ ଘଟିଛି।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍, ରାଜ୍ୟ