ଚାଲିଛି ଆଶ୍ୱିନ ମାସ, କାଶତଣ୍ଡି ଫୁଲର ପସର ବି ମେଲିଲାଣି । ଏବେ ଖାଲି ଅପେକ୍ଷା ମାଙ୍କ ଆଗମନକୁ । ଆଉ ଅଳ୍ପ କିଛି ଦିନ ପରେ ଦୁର୍ଗାପୂଜା । ଧରାବତରଣ କରିବେ ମା’ ଦୁର୍ଗା । ଏଥର କରୋନା ମହାମାରୀ ପାଇଁ କଟକରେ ପ୍ରସିଦ୍ଧ ଦଶହରା ପୂଜାରେ ଲାଗିଛି କଟକଣା । ତେବେ ମୂର୍ତି ନିର୍ମାଣ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ କେତ ଜଣ ସଦସ୍ୟ ରହିବେ ଏବଂ ବିଶେଷ କରି ସାଧାରଣ ଲୋକଙ୍କ ଗହଳି ଉପରେ କଟକଣା ଲଗାଇଛନ୍ତି ଜିଲା ପ୍ରଶାସନ । ତେବେ ଏଭଳି କ୍ଷେତ୍ରରେ କଟକର ପୂଜା ମଣ୍ଡପରେ କିଭଳି ଚାଲିଛି ପ୍ରସ୍ତୁତି, ଚାଲନ୍ତୁ ଦେଖିବା…