ଆସିବେ ମା’ : ଏବେଠୁ ଚଳଚଞ୍ଚଳ କଟକ

କଟକ ଅଫିସ, ୬।୯: ଆଶ୍ୱିନରେ ମା’ଙ୍କ ଆଗମନକୁ ନେଇ କଟକ ସହର ପୁଣି ଚଳଚଞ୍ଚଳ ହୋଇ ଉଠିଛି। ରୂପା ତାରକସି କାରଖାନାରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। କାରିଗର ଏବେଠାରୁ କାର୍ଯ୍ୟରେ ବ୍ୟସ୍ତ ହୋଇଗଲେଣି। ବର୍ଷକୁ ଥରେ ଚାନ୍ଦି ସଫେଇ କାମ ଦୁର୍ଗାପୂଜା ପାଇଁ ଚାଲେ । ପ୍ରତି କାରିଗର ଏକାଧିକ ପୂଜା କମିଟିର ଚାନ୍ଦି କାମ ଅର୍ଡର ନିଅନ୍ତି। ଦୁଇବର୍ଷ ବ୍ୟବଧାନରେ କାମ ମିଳିଥିବାରୁ କାରିଗରମାନେ ବେଶ ଉତ୍ସାହିତ ରହିଛନ୍ତି ।
କରୋନାରେ ମୂର୍ତ୍ତି ଉଚ୍ଚତାରେ କଟକଣା ଲାଗୁ ହୋଇଥିବାରୁ ଗତ ଦୁଇ ବର୍ଷ ପୂଜା କମିଟି ଚାନ୍ଦି ମେଢ ଲଗାଉନଥିଲେ । ଫଳରେ ମେଢ ସଫେଇ ପାଇଁ ଗୁରୁତ୍ୱ ଦିଆଯାଉ ନ ଥିଲା।

Share