୧୦୦ ବର୍ଷ ପଛକୁ ଫେରିଗଲା କଟକ ଦଶହରା

କଟକଣା ଭିତରେ ହଜିଗଲା ପୁରୁଣା ପରମ୍ପରା। ଯାହା ସହରର ପୁରୁଖା ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ କେବେ ଦେଖି ନ ଥିଲେ, ତାହା ଚଳିତବର୍ଷ ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତି ହେଲାଣି, ହେଲେ ଆକର୍ଷଣୀୟ ସାଜସଜ୍ଜା ନ ଥିବାବେଳେ ବିଶେଷ ଉତ୍ସାହ କିମ୍ବା ସରସ ପରିଲକ୍ଷିତ ହେଉନାହିଁ। ମୃଣ୍ମୟୀ ପ୍ରତିମା ଉପରେ ସୁନା ଚାନ୍ଦି ନୁହେଁ, ରହିବ ମାଟି ତିଆରି ଶାଢ଼ି ଆଉ ଅଳଙ୍କାର। ତେଣୁ ଏଥର କଟକୀ ଦଶହରା ୧୦୦ ବର୍ଷ ପଛକୁ ଫେରିଗଲା ବୋଲି ଅନେକଙ୍କ ମତ..।
କଟକ ଅଫିସ,୨୨।୧୦:ରୌପ୍ୟ ନଗରୀରେ ଏଥର ଚାନ୍ଦିମେଢ଼ ଝଲସିବା କଷ୍ଟକର। ମୂର୍ତ୍ତିରେ ଶେଷ ସ୍ପର୍ଶ ଦିଆଯିବା ସହ ସବୁ କାର୍ଯ୍ୟ କୋଭିଡ୍‌ କଟକଣାକୁ ମାନି କରାଯାଉଛି। ପୂର୍ବରୁ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ବେଶଭୂଷା ବେଶ୍‌ ଆକର୍ଷଣୀୟ ହୁଏ। ମାଟିର ପ୍ରତିମା ଉପରେ ଶାଢ଼ି ପିନ୍ଧାଯାଏ। ସୁନା, ରୁପା, ଚାନ୍ଦି ଅଳଙ୍କାର ଏଥିରେ ଖଞ୍ଜାଯାଏ। ଯାହା ପାଇଁ କଟକର ଦଶହରା ପ୍ରସିଦ୍ଧି ହାସଲ କରିଛି। ହେଲେ ଏଥର କରୋନା କଟକଣା ପାଇଁ ସବୁ ଫିକା। ଅଧିକାଂଶ ମଣ୍ଡପରେ ମାଟିରେ ଶାଢ଼ି, ଅଳଙ୍କାର ତିଆରି କରାଯାଇ ଦେବୀଙ୍କୁ ଆଭୂଷିତ କରାଯାଉଛି।
ବିଶ୍ୱକର୍ମା ଦାୟିତ୍ୱ ତୁଲାଇ ଆସୁଛନ୍ତି ସାଲେପୁର ବ୍ଲକ ମୋହନାପୁର ଗ୍ରାମର କୁନୁ ବେହେରା। ସେ ରାଣୀହାଟ, ଚାନ୍ଦିନୀଚୌକ, ମାନସିଂପାଟଣା ଓ ରାଣୀହାଟ ମାଳିସାହିରେ ମେଢ ନିର୍ମାଣ କରନ୍ତି। କୁନୁଙ୍କ କହିବା ମୁତାବକ, ଖଡ଼ମାଠାରୁ ମୂର୍ତ୍ତି ୬ରୁ ୭ଫୁଟ ପର୍ଯ୍ୟନ୍ତ କରାଯାଏ। ରାଣୀହାଟ ମାଳିସାହି ମଣ୍ଡପରେ ମୂର୍ତ୍ତି ଖଡ଼ମାଠାରୁ ୧୦ରୁ ୧୧ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ। ହେଲେ ଏଥର ମୂର୍ତ୍ତି ଛୋଟ ଆକାର କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା, ପୂର୍ବରୁ ମା’ଙ୍କ ମୁଖ ଯେଉଁଭଳି ଆକର୍ଷଣୀୟ କରାଯାଉଥିଲା ତାହା ଏବର୍ଷ ହୋଇପାରିନାହିଁ। ଚାନ୍ଦିନୀଚୌକ ଦୁର୍ଗାମଣ୍ଡପରେ ଏକ ନିଜସ୍ବ ପରମ୍ପରା ରହିଛି। ଏଠାରେ ମା’ଙ୍କ ମୁଖ ତିଆରି କରିବା ପାଇଁ ସ୍ବତନ୍ତ୍ର ମୁଖା ବ୍ୟବହାର କରାଯାଏ। ଏହାକୁ ରାଜାଘର ମୁଖା କୁହାଯାଏ। ଶେଖ୍‌ବଜାରର ଜଣେ ବ୍ୟକ୍ତିଙ୍କ ଘରେ ଏହି ମୁଖା ପୂଜା ପାଏ। ପ୍ରତିବର୍ଷ ଦଶହରା ସମୟରେ ଏହାକୁ ଅଣାଯାଇ ମା’ଙ୍କ ମୁଖ ତିଆରି କରାଯାଏ। ରାଜାରାଜୁଡ଼ା ଅମଳରୁ ଏହି ମୁଖା ବ୍ୟବହାର ହୋଇଆସୁଥିବା ଲୋକଶ୍ରୁତି ରହିଛି। କିନ୍ତୁ ଚଳିତବର୍ଷ ଏହି ପରମ୍ପରା ବ୍ୟାହତ ହୋଇଛି। ପ୍ରଥମ ଥର ପାଇଁ ରାଜାଘର ମୁଖା ବ୍ୟବହାର ହୋଇ ନାହିଁ। କୁନୁ ଏକ ଛୋଟ ମୁଖା ତିଆରି କରିଛନ୍ତି। ହେଲେ ଏହା ପୂର୍ବଭଳି ଚମକପ୍ରଦ ହେବ କି ନାହିଁ ତାହା କହିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଉଛି ସୁନା, ରୁପା ଓ ଚାନ୍ଦି ଅଳଙ୍କାର ହିଁ କଟକ ଦଶହରାକୁ ଗୌରବାନ୍ବିତ କରିଛି। ହେଲେ ଏଥର ଦେବୀ ଦୁର୍ଗାଙ୍କ ସମେତ ପାର୍ଶ୍ୱ ଦେବାଦେବୀ ମଧ୍ୟ ମାଟିର ଅଳଙ୍କାର ପରିଧାନ କରିବେ। ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟି ସଭାପତି ପ୍ରତାପ କିଶୋର ସିଂ କହିଛନ୍ତି, ସମସ୍ତ ରୀତିନୀତିକୁ ଭାଙ୍ଗି ଚଳିତବର୍ଷର ଦଶହରା ପାଇଁ ପ୍ରସ୍ତୁତି ଚାଲିଛି। ମୁଖା ବ୍ୟବହାର ନ କରିବା ଆମ ପାଇଁ କଷ୍ଟଦାୟକ। ତଥାପି ଦୁର୍ଗାପୂଜା ହେବ। ମୁଖା ମଧ୍ୟ ପୂଜା ପାଇବେ। ତେବେ କଟକ ଦଶହରା ପ୍ରାୟ ଶହେ ବର୍ଷ ପଛକୁ ଫେରିଗଲା ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୪ ମଣ୍ଡିରେ ଶୀତ-ବର୍ଷାରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ନିଦ ହଜିଛି

କେସିଙ୍ଗା,୨୬ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ...

ଏଆରଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ୮ଟି ପ୍ଲଟ୍‌, ନଗଦ ଟଙ୍କା ସମେତ ମିଳିଲା…

କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା...

ବିଜେଡିର ପ୍ରତିଷ୍ଠା ଦିବସରେ ଏକାଠୀ ହେଲେ ନେତା କର୍ମୀ

ଛତ୍ରପୁର,୬।୧୨ (ଦିଲ୍ଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର

ବଲାଙ୍ଗୀର,୨୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଜଣେ ଚାଷୀଙ୍କ ଧାନଗଦା ଜଳିପୋଡି ଛାରଖାର୍‌ ହୋଇଯାଇଛି। ବୁଧବାର ରାତିରେ କେହି ଦୁର୍ବୃତ୍ତ...

ଭାଜପାର ମିଥ୍ୟା ପ୍ରତିଶ୍ରୁତି ଲୋକଲୋଚନକୁ ଆଣିବା ପାଇଁ ଦୃଢ଼ ପ୍ରତିଜ୍ଞା, ଜିଲାର ଦାୟିତ୍ୱ ବାହାର ରାଜ୍ୟ ନେତାଙ୍କୁ ନ ଦେଇ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗୁରୁବାର ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ୧୦ ନଂ ଜୋନ୍‌ର...

ପୋଖରୀରେ ଭାସୁଥିଲା ଅଜଣା ଶିଶୁକନ୍ୟାର ମୃତଦେହ, କାରଣ ଖୋଜୁଛି ପୋଲିସ

ପାଟଣା,୨୬ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା କଲରାଟାଙ୍ଗର ସାହି ପୋଖରୀରୁ ଗୁରୁବାର ୨ରୁ ୩ ଦିନର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁ...

ଛାତ୍ର ସଂସଦ ନିର୍ବାଚନ ଉପରେ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ, ୨୬।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri