କଟକ ଅଫିସ, ୧୫।୧: ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର। ପୁଣି ଥରେ କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ଅପମିଶ୍ରିତ ଗୁଣ୍ଡି ଜବତ ହୋଇଛି। ସାଶୋଳ ଗାଁରୁ ୪ କୁଇଣ୍ଟାଲ ଗୁଣ୍ଡି, ଜର୍ଦ୍ଦା ଜବତ ହୋଇଛି। ୩ଟି ଗୋଦାମରେ ସଦର ଥାନା ପୋଲିସ ଚଢ଼ାଉ କରି ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।
ଗତକିଛି ଦିନ ହେବ କଟକର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀ ଜବତ ହେବାର ଲାଗିଛି। ନକଲି ପନିର, ଅପମିଶ୍ରିତ ଘିଅ, ସସ୍, ତେଲ, ଚା ପତି ଭଳି ନକଲି ସାମଗ୍ରୀ ଜବତ ହୋଇଛି। ପୁଣି ଥରେ ନକଲି ଗୁଣ୍ଡି ଜବତ କରିଛି ସଦର ପୋଲିସ।