କଟକ ସହର ମାଳିସାହି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ ଅଫିସ,୪।୭: କଟକ ସହର ରାଣୀହାଟସ୍ଥିତ ମାଳିସାହି ବସ୍ତିରୁ ଶୁକ୍ରବାର ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ଉକ୍ତ ବସ୍ତିକୁ ଶନିବାର କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ମାଳିସାହି ଅଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଏବଂ ଅଞ୍ଚଳରୁ ଲୋକଙ୍କୁ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଏକ ଟିମ୍‌ ଗଠନ କରାଯାଇଥିବା କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

Share