ସ୍ବର୍ଗଦ୍ବାରରେ ବିଚାରପତିଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ ଅଫିସ, ୩।୯: କଟକ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ଝିଅ ପ୍ରୀତିସ୍ନିଗ୍ଧା ମୁଖାଗ୍ନି ଦେଇଛନ୍ତି। ଶୁକ୍ରବାର ସୁବାସ ସିଡିଏ ସେକ୍ଟର ୯ ସରକାରୀ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି। ତେବେ ତାଙ୍କର ଏଭଳି କାର୍ଯ୍ୟକଳାପକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
ଘରେ ସ୍ତ୍ରୀ ଓ ଝିଅ ନଥିବା ବେଳେ ସେ ଆତ୍ମହତ୍ୟା କରିଥିଲେ। ଶୁକ୍ରବାର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

Share