Categories: ଖେଳ

ପ୍ରଥମ ଫାଇନାଲରେ କଟକ ବିଜୟୀ

ଭୁବନେଶ୍ୱର,୧୫ା୫ (ସ୍ପୋଟର୍‌ସ ବ୍ୟୁରୋ): ଓଟିଏମ୍‌ କଟକ ଗ୍ରାଉଣ୍ଡରେ ଅନୁଷ୍ଠିତ ୬୨ ତମ ଆନ୍ତଃଜିଲ୍ଲା ସାହାଣୀ କପ୍‌ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ଚରଣ ଫାଇନାଲରେ ବିଜୟୀ ହୋଇଛି କଟକ। ରବିବାରର ମ୍ୟାଚରେ ଦଳ କନ୍ଧମାଳକୁ ୨-୧ରେ ପରାସ୍ତ କରିଛି। ମ୍ୟାଚ୍‌ର ପଞ୍ଚମ ମିନିଟରେ କନ୍ଧମାଳ ପକ୍ଷରୁ ରାକେଶ ଓରାମ ପ୍ରଥମ ଗୋଲ ସ୍କୋର କରିଥିଲେ। ତେବେ ଇଞ୍ଜୁରୀ ଟାଇମରେ ମାତ୍ର ୩ ମିନିଟ ମଧ୍ୟରେ ଦୁଇଟି ଗୋଲ ଦେଇ କଟକ ମ୍ୟାଚକୁ ଜିତି ନେଇଥିଲା। ୯୦+୧ ମିନିଟରେ ଏସ୍‌.କେ. ଫରିଦ ପ୍ରଥମ ଗୋଲ ଦେଇ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିବା ବେଳେ ଏହାର ୩ ମିନିଟ ମଧ୍ୟରେ ଦୀନବନ୍ଧୁ ଦାସ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ ଚରଣ ଫାଇନାଲ ୧୭ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଫାଓ) ସଭାପତି ଦେବାଶିଷ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ବିଜୟ ଦାସ, ରବି ନାରାୟଣ ପଣ୍ଡା ଓ ଦିଲ୍ଲୀପ କୁମାର ସାହୁ ଯୋଗ ଦେଇଥିଲା। ଯୁଗ୍ମ ସଚିବ ବିଶ୍ୱ ରଞ୍ଜନ ଘଡେଇ ଓ ଅଭିଜିତ୍‌ ପଲ୍‌ ଯୋଗ ଦେଇଥିଲେ। ଫାଓ ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନ, କିଶୋର ମିଶ୍ର, ଶିବ ପ୍ରସାଦ ତ୍ରିପାଠୀ, ପ୍ରଭାତ କୁମାର ଭୋଳ, ଅଶୋକ କୁମାର ସାହୁ, ଶୁଭେନ୍ଦୁ ସାମ, ହରି ନାରାୟଣ ପୂଜାରୀ, ତଡିତ କୁମାର ରାଉତ, ବିଜୟ କୁମାର ଦାଶ, ଶିବବ୍ରତ ମଲିକ, ମହିଳା କମିଟି ଚେୟାରମ୍ୟାନ ସହଦେବ ରାଉତ ଓ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂ ପ୍ରମୁଖ ଯୋଗ ଦେଇଥିଲେ।

 

Share