ଦାୟିତ୍ୱ ନେଲେ କଟକର ନୂଆ ଡିସିପି

କଟକ ଅଫିସ,୨୯।୭: କଟକର ନୂଆ ଡିସିପି ଭାବେ ରବିବାର ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂ। ଡିସିପି କାର୍ଯ୍ୟାଳୟରେ ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବତନ ଡିସିପି ଅଖିଳେଶ୍ୱରଙ୍କ ପୁରୀ ଏସପି ଭାବେ ବଦଳି ହୋଇଛି। ସେହିଭଳି କନ୍ଧମାଳ ଏସପି ପ୍ରତୀକ ସିଂଙ୍କ କଟକ ଡିସିପି ଭାବେ ବଦଳି ହୋଇଥିଲା।

Share