ଶାଳଗଛ କାଟୁଥିଲେ ଦୁର୍ବୃତ୍ତ, ଗ୍ରାମବାସୀଙ୍କୁ ଦେଖି କାଠ ଓ ଗାଡ଼ି ଛାଡ଼ି ଫେରାର

ପଡ଼ିଆବାହାଲ,୪ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ପଡ଼ିଆବାହାଲ ରେଞ୍ଜ ଅଧୀନ କଦଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲ ରାତାରାତି ସଫା ହୋଇଯାଇଛି। କଦଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଗତ ରାତିରେ ଦୁର୍ବୃତ୍ତମାନେ ଶାଳଗଛ କାଟି ନେବାକୁ ଉଦ୍ୟମ ବେଳେ ଗ୍ରାମବାସୀ ଜାଣିପାରି ଘେରାଉ କରିଥିଲେ।  ଚୋରମାନେ ଅନ୍ଧାରର ସୁଯୋଗ ନେଇ କାଠ ଓ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ବନ ବିଭାଗ ଗାଡ଼ି ସହ କାଠ ଜବତ କରି ଅନୁସନ୍ଧାନ ଜାରି ରଖିଛନ୍ତି।

Share