କେନ୍ଦୁଝର,୨୪।୨ (ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୂଳୀର ଏକ ବିଦ୍ୟାଳୟ ପରିସରରେ ସାୈନ୍ଦର୍ଯ୍ୟକରଣ ଆଳରେ ବ୍ୟାପକ ଗଛ କଟାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ବିଦ୍ୟାଳୟ ପରିସର କ୍ଷତିଗ୍ରସ୍ତ ହୋଇଛି। ଜଙ୍ଗଲ ଓ ପରିବେଶର ସୁରକ୍ଷା କରିବା ସହ ବନୀକରଣକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଏଠାରେ ବହୁ ପୁରୁଣା ବଡ଼ ବଡ଼ ଗଛ କଟାଯାଉଥିବାରୁ ତାହାକୁ ନେଇ ସ୍ଥାନୀୟ ଅଞ୍ଚଳର ପ୍ରକୃତିପ୍ରେମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହି ଗଛ ବଢିବା ପାଇଁ ୨୦/୩୦ ବର୍ଷ ଲାଗିଥିବା ବେଳେ ଏହାର ସୁରକ୍ଷା ନ କରି ଏବଂ ନୂତନ ଗଛ ନ ଲଗାଇ କାଟି ଦେବା କେତେଦୂର ଆଇନସଙ୍ଗତ ତାହା ବନ ବିଭାଗ ନିର୍ଦ୍ଧାରଣ କରି ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।