ଉତ୍ତପ୍ତ ଅଞ୍ଚଳରେ ଅବାଧ ଗଛକଟା

ବାରିପଦା ଅଫିସ, ୨୩।୪: ମୟୂରଭଞ୍ଜ ଜିଲାରେ ଶିମିଳିପାଳ ଅଭୟାରଣ୍ୟ ଭଳି ଜୈବ ମଣ୍ଡଳ ଥିବା ବେଳେ ବାରିପଦା ବିଶ୍ୱର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଅସହ୍ୟ ଗୁଳୁଗୁଳି ସହ ଆକାଶରୁ ଅଗ୍ନିବର୍ଷା ହେବାଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଅସନ୍ତୁଳିତ ପରିବେଶ ଓ ଅବାଧ ଗଛକଟା ଯୋଗୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। ଏନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିବା ସହ ଗଛକଟା ରୋକିବା ଏବଂ ଜିଲାରେ କରତକଳ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ସଂରକ୍ଷିତ ବନକ୍ଷେତ୍ର ଭାବେ ଶିମିଳିପାଳ ଜୈବ ମଣ୍ଡଳ ପରିଗଣିତ। ଓଡ଼ିଶାର ସର୍ବବୃହତ ଜିଲା ମୟୂରଭଞ୍ଜର ଆୟତନ ୧୦,୪୧୮ ବର୍ଗ କି.ମି. ହୋଇଥିବା ବେଳେ ସେଥିମଧ୍ୟରୁ ଶିମିଳିପାଳ ଜୈବ ମଣ୍ଡଳ ୫୫୬୯ ବର୍ଗ କି.ମି. ପରିବ୍ୟାପ୍ତ। ୨୨୭୧.୭୮ ବର୍ଗ କି.ମି. ଶିିମିଳିପାଳ ସଂରକ୍ଷିତ ଅଭୟାରଣ୍ୟ ରହିଛି। ପରିବେଶବିତ୍‌ମାନଙ୍କ ମତରେ ହିମାଳୟ ପାଦଦେଶସ୍ଥିତ ଉତ୍ତର ପୂର୍ବ ଭାରତ ତଥା ଦକ୍ଷିଣ ଭାରତ ମଧ୍ୟରେ ଶିମିଳିପାଳ ଜୈବମଣ୍ଡଳ ପ୍ରାକୃତିକ ଭାରସାମ୍ୟ ରକ୍ଷାରେ ନିରବଚ୍ଛିନ୍ନ ଭୂମିକା ଗ୍ରହଣ କରିଆସିଛି। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଘଞ୍ଚ ସୁବଜ ବନାନିରେ ଭରପୂର ଶିମିଳିପାଳ ଚତୁଃପାର୍ଶ୍ୱରେ ଗ୍ରୀଷ୍ମର ତାତି ବଢ଼ିଚାଲିଛି। ୮ଦିନ ମଧ୍ୟରେ ଏହା ବୃଦ୍ଧି ପାଇ ୪୫ଡିଗ୍ରୀ ପାର ହେବାକୁ ବସିଛି। ବିଶ୍ୱର ତତଲା ସହର ଭାବେ ବାରିପଦା ରେକର୍ଡ ସୃଷ୍ଟି କରିଛି। ଜିଲାରେ ଦୁଇଟି ଲାଇସେନ୍ସପ୍ରାପ୍ତ କରତକଳ ରହିଥିବା ବେଳେ ଅନେକ ସ୍ଥାନରେ ବେଆଇନ କରତକଳ ଗଢ଼ି ଉଠିଛି। କିଛି ଅସାଧୁ ବ୍ୟକ୍ତି ଶିମିଳିପାଳ ତଥା ଆଖପାଖ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି କରତକଳକୁ ଯୋଗାଇ ଚାଲିଛନ୍ତି ବୋଲି ସଞ୍ଜୟ କୁମାର ବେହେରା, ଜଗନ୍ନାଥ ପରିଡ଼ା, ସୁବାସ ରାଉତ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଗତ ୧୦ବର୍ଷ ମଧ୍ୟରେ କରତକଳ ଦ୍ୱାରା ସହର ତଥା ଆଖପାଖ ଅଞ୍ଚଳ ବୃକ୍ଷଶୂନ୍ୟ ହୋଇପଡ଼ିଥିବା ରାଧାନାଥ ସିଂ, ମନୋଜ ସିଂ ଓ କୁମୁଦ ଦାସ କହିଛନ୍ତି। ଏହି କରତକଳରେ ଦିନରାତି କାଠଚିରା ହୋଇ ଟ୍ରକ୍‌ ଯୋଗେ ପଡ଼ୋଶୀ ରାଜ୍ୟକୁ ଚୋରାଚାଲାଣ କରାଯାଉଛି। ସେହିପରି ସରକାରୀ କିମ୍ବା ବେସରକାରୀ ଜମିରୁ ବିନା ଅନୁମତିରେ ଗଛ କାଟି ସଫା କରାଯାଉଛି। ଏହିଭଳି ଗଛକଟା ଜାରି ରହିଲେ ୫ବର୍ଷ ପରେ ଜିଲାରେ ତାପମାତ୍ରା ୫୦ଡିଗ୍ରୀ ପାର ହେବ ବୋଲି ସହରବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଜଙ୍ଗଲ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେଲା ବସନ୍ତ ଉତ୍ସବ

  କୋରାପୁଟ,୧୪।୩(ଅମିତାଭ ବେହେରା): ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ବସନ୍ତ ଉତ୍ସବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ-ଛାତ୍ରମାନେ ରଙ୍ଗର ପର୍ବ...

୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ...

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ପୋଲିସ ଚଢ଼ାଉ : ଦୁଇ ଗିରଫ

ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା...

ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି...

ବାହାହୋଇ ଫସିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବିବାଦୀୟ ପରିସ୍ତିତିକୁ ନେଇ ଶାଶନପଲ୍ଲୀ ଅସାନ୍ତ: ପୋଲିସ ପକ୍ଷରୁ ବସିଲା ଶାନ୍ତିକମିଟି

ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି।...

ବ୍ରହ୍ମପୁର ବିଶବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ହ୍ୟାଣ୍ଡବଲ ପୁରୁଷ ଦଳ ଭୁବନେଶ୍ୱର ଗସ୍ତ

ବ୍ରହ୍ମପୁର, ୧୪।୩ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଶୁକ୍ରବାର ସାରେ ପୁରୁଷ ହ୍ୟାଣ୍ଡବଲ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତିl ଭୁବନେଶ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image