ମସ୍କୋ,୨୮ା୧୦: ରୁଷିଆର ଜଣେ ମହିଳା ବୈଜ୍ଞାନିକ ତଥା ମଡେଲଙ୍କ ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାକାରୀ ମଡେଲଙ୍କ ମୋବାଇଲରୁ ଲକ୍ ଖୋଲିବାକୁ ତାଙ୍କ ହାତ ଆଙ୍ଗୁଠି ମଧ୍ୟ କାଟି ନେଇଛନ୍ତି। କାରଣ ଆଙ୍ଗୁଠି କାଟିଦେଲେ ଫିଙ୍ଗର ପ୍ରିଣ୍ଟ ସେନସର ଲକ୍ ଖୋଲିପାରିବ।
ସେଣ୍ଟ ପିଟର୍ସବର୍ଗ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ର ବାୟୋକେମିଷ୍ଟ ୩୪ ବର୍ଷୀୟା ଏକାଟେରିନା ଆଣ୍ଟୋଣ୍ଟେସେଭାଙ୍କ ଉଲଗ୍ନ ଶରୀର ପଡ଼ିଥିବା ତାଙ୍କ ପ୍ରେମିକ ଦେଖିବାକୁ ପାଇଥିଲେ।
ଅଧିକାରୀଙ୍କ କହିବାନୁସାରେ, ଗତ ସପ୍ତାହରେ ଜଣେ ମହିଳା ବୈଜ୍ଞାନିକ ତଥା ମଡେଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଏର୍ଟମ। ସେ ଜଣେ କମ୍ପ୍ୟୁଟର ଗେମର ବୋଲି ଜଣାପଡ଼ିଛି। ପୋଲିସ ତାଙ୍କୁ ଗିରଫ କରିଛି। ଡିଲିଟ୍ ହୋଇଥିବା ମେସେଜ ପଠାଇବା ପାଇଁ ଏର୍ଟମ ସେଲଫୋନ୍ରେ ଆଣ୍ଟୋଣ୍ଟେସେଭାଙ୍କ ଆଙ୍ଗୁଠିକୁ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି।
ରିପୋର୍ଟ ଅନୁଯାୟୀ, ଆଣ୍ଟୋଣ୍ଟେସେଭାଙ୍କ ନିକଟରେ ଟଙ୍କା ଥାଇପାରେ ବୋଲି ଅନୁମାନ କରି ଏର୍ଟମ ଏହି ହତ୍ୟାକାଣ୍ଡ ଘଟାଇଥିଲେ।
ଆଣ୍ଟୋଣ୍ଟେସେଭାଙ୍କ ମୃତ୍ୟୁକୁ ଏଡ଼ାଇବା ପାଇଁ ଏର୍ଟମ ତାଙ୍କ ଆପାର୍ଟମେଣ୍ଟରେ ଯେମିତି ଦୁର୍ଗନ୍ଧ ନ ବାହାରିବ ସେଥିପାଇଁ ଭିତରପଟୁ ଝରକା କବାଟ ସିଲ୍ କରି ଦେଇଥିଲେ। ତେବେ ପୋଲିସ ତାଙ୍କୁ ଗିରଫ କରିଛି।