ରିଲିଜ ହେଲା ‘କଠପୁତଲି’ର ଟିଜର

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ‘କଟପୁତଲି’ର ଟିଜର ରିଲିଜ ହୋଇଛି । ଏଥିରେ ଅକ୍ଷୟ ପୋଲିସ ପୋଷାକରେ ନଜର ଆସୁଥିବା ବେଳେ ଜଣେ ସିରିଏଲ କିଲରର ପିଛା କରୁଥିବା ଦେଖାଯାଇଛି । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୨ରେ ସିନେମା ହଲ ପରିବର୍ତ୍ତେ ସିଧା ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବ । ନିକଟରେ ଅକ୍ଷୟ ଏହି ଫିଲ୍ମର ମୋଶନ ପୋଷ୍ଟର ଶେୟାର କରି ଫିଲ୍ମ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ହରରର ତଡକା ଦେଖିବାକୁ ମିଳିଥିଲା । ଆଉ ଏବେ ଅକ୍ଷୟ ଏହାର ଟିଜର ଶେୟାର କରିଛନ୍ତି । ଏହାର ଏକ ମଜାଦାର ଟିଜର ରିଲିଜ୍ କରି ଅକ୍ଷୟ ସୂଚନା ଦେଇଛନ୍ତି କି ଫିଲ୍ମର ଟ୍ରେଲର ଶନିବାର ଅର୍ଥାତ୍ ୨୦ ଅଗଷ୍ଟରେ ରିଲିଜ ହେବ ।
ଟିଜରଟି ଜାରି କରି କ୍ଷୟ ଲେଖିଛନ୍ତି ଏହି ଖେଳ ପାୱାରର ନୁହେଁ ମାଇଣ୍ଡର ଏହି ମାଇଣ୍ଡ ଗେମରେ ଆପଣ ଆଉ ମୁଁ ସମସ୍ତେ କଠପୁତଲି । ଟିଜରରେ ସେ ଜଣେ ସିରିଏଳ କିଲରକୁ ପିଛା କରୁଥିବା ବେଳେ କହିଛନ୍ତି, ସିରିଏଲ କିଲର ସହ ପାୱାର ନୁହେଁ ମାଇଣ୍ଡ ଗେମ ଖେଳିବା କଥା ।
ଏବେ ଏହି ଟିଜରକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ଏହା ତାମିଲ ଫିଲ୍ମ ‘ସତ୍ସାସନ’ର ରିମେକ । ଏଥିରେ ଜଣେ ସାଇକୋ କିଲରର କାହାଣୀ କୁହାଯାଇଛି, ଯେ ରକୁଲଙ୍କ ପିଲାମାନଙ୍କୁ ଟାର୍ଗେଟ କରିଛି । ତାମିଲରେ ଏହି ଫିଲ୍ମର ଲିଡ ଆକ୍ଟର ବିଷ୍ଣୁ ବିଶାଲ ଥିବା ବେଳେ ହିନ୍ଦୀରେ ଏହାର ଲିଡ ରୋଲରେ ଅଛନ୍ତି ଅକ୍ଷୟ କୁମାର ।

Share