Categories: ଜାତୀୟ

ସରକାରୀ ବାବୁଙ୍କୁ ସିଭିସି ଛାଟ: ୩୦ ନଭେମ୍ବର ସୁଦ୍ଧା ଦେବାକୁ ହେବ ସମ୍ପତ୍ତି ତାଲିକା, ଅନ୍ୟଥା ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୫।୧୧: ସେଣ୍ଟ୍ରାଲ ଭିଜିଲାନ୍ସ୍‌ କମିଶନ(ସିଭିସି) ପକ୍ଷରୁ ସରକାରୀ ବାବୁମାନଙ୍କୁ ତାଗିଦ୍‌ କରାଯାଇଛି। ନଭେମ୍ବର ୩୦ ସୁଦ୍ଧା ସମସ୍ତ ସରକାରୀ ଅଫିସରଙ୍କୁ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ କରିବାକୁ ପଡ଼ିବ। ଅନ୍ୟଥା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଭିସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହାର ଉଲ୍ଲଂଘନ କରିଥିବା ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ଅଫିସର ବର୍ତ୍ତମାନ ସୁଦ୍ଧା ସେମାନଙ୍କର ୨୦୧୯ର ସମ୍ପତ୍ତି ତାଲିକା ସମ୍ପର୍କିତ ବିବରଣୀ ଦାଖଲ କରି ନ ଥିବା ସିଭିସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

Share