Categories: ଜାତୀୟ

୧୬ ଅକ୍ଟୋବରରେ ସିଡବ୍ଲ୍ୟୁସି ବୈଠକ…

ନୂଆଦିଲ୍ଲୀ,୯।୧୦: ସ୍ଥାୟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନ ଥିବା ନେଇ କଂଗ୍ରେସରେ କୁହୁଳୁଥିବା ଅସନ୍ତୋଷ ଏବେ ଥମିବାକୁ ଯାଉଛି। ଅକ୍ଟୋବର ୧୬ରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି। ଆଗକୁ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ସଂଗଠନକୁ ସୁଦୃଢ଼ କରାଯିବା ଲାଗି ଏହି ବୈଠକ ଡକାଯାଇଥିବା କୁହାଯାଉଛି।

ଧାର୍ଯ୍ୟ ଦିନ ପୂର୍ବାହ୍ନ ୧୦ଟାରେ ବୈଠକ ଅନୁଷ୍ଠିତ ହେବ ବୋଲି କେ.ସି. ବେନୁଗୋପାଳ ଟୁଇଟ୍‌ ଖଣଇ ସୂଚନା ଦେଇଛନ୍ତି। ପୂର୍ବରୁ ଦଳରେ ସ୍ଥାୟୀ ଅଧ୍ୟକ୍ଷ ନେଇ ଅସନ୍ତୁଷ୍ଟ ଜି-୨୩ ନେତା ଦାବି କରୁଥିଲେ। କିଛି ଦିନ ତଳେ ଜି-୨୩ରେ ସାମିଲ ଥିବା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ମଧ୍ୟ ଏନେଇ ମୁହଁ ଖୋଲି ଥିଲେ। ତେବେ ଏବେ ହାଇକମାଣ୍ଡ ଦୁର୍ଗାପୂଜା ପରେ ପରେ ବୈଠକ ଡକାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ରେ ଲୋକ ସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏବେ ସୋନିଆ ଗାନ୍ଧୀ କାମଚଳା ଅଧ୍ୟକ୍ଷା ଭାବେ କାମ କରୁଛନ୍ତି।

Share