Categories: ଜାତୀୟ

ତେଲେଙ୍ଗାନାରୁ ହେବ ନୂଆ ଅଧ୍ୟାୟର ଆରମ୍ଭ, ସିଡବ୍ଲୁସି ବୈଠକ ପୂର୍ବରୁ ସୋନିଆଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୯: ଶନିବାର ହାଇଦ୍ରାବାଦରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନୂଆ ଟିମ୍‌ର କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ବୈଠକ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି।
ସୋନିଆ ଏଥିରେ କହିଛନ୍ତି ଯେ ତେଲେଙ୍ଗାନା ଏବଂ ଦେଶର ସମସ୍ତ ଲୋକଙ୍କୁ ସମ୍ମାନର ସହ ବିକାଶର ଏକ ନୂତନ ଅଧ୍ୟାୟ ଲେଖିବାକୁ ନୂତନ କାର୍ଯ୍ୟ କମିଟି ପ୍ରସ୍ତୁତ ଅଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସୋନିଆ ଗାନ୍ଧୀଙ୍କ ବାର୍ତ୍ତାକୁ ବୈଠକ ପୂର୍ବରୁ ଏକ୍ସ (ପୂର୍ବ ଟୁଇଟର) ରେ ପୋଷ୍ଟ କରିଛନ୍ତି। ସୋନିଆ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ତେଲେଙ୍ଗାନାବାସୀଙ୍କ ଆକାଂକ୍ଷା ସହିତ କଂଗ୍ରେସ ସର୍ବଦା ଛିଡା ହୋଇଛି।
ଆମେ ତେଲେଙ୍ଗାନାର ଲୋକଙ୍କୁ ଏକ ପ୍ରତିଶୃତି ଦେଇଥିଲୁ ଏବଂ ଏହାକୁ ପୂରଣ କରିଥିଲୁ । ତେଲେଙ୍ଗାନାର ଲୋକଙ୍କ ଆକାଂକ୍ଷା ସହିତ କଂଗ୍ରେସ ସର୍ବଦା ଛିଡା ହୋଇଛି। ବର୍ତ୍ତମାନ ସମୟ ଆସିଛି ରାଜ୍ୟକୁ ବିକାଶ ଏବଂ ସମୃଦ୍ଧିର ଏକ ନୂଆ ଯୁଗକୁ ନେଇ ଯିବାକୁ। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ତେଲେଙ୍ଗାନା ଏବଂ ସମଗ୍ର ଦେଶର ଲୋକଙ୍କ ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ ଅଛି।

Share