Categories: ଖେଳ

ଲମ୍ଫ ଜମ୍ପରେ ମୁରଲୀ ଶ୍ରୀଶଙ୍କରଙ୍କୁ ରୌପ୍ୟ

ବର୍ମିଂହାମ,୫।୮: ବର୍ମିଂହାମରେ ଚାଲିଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଲଙ୍ଗ୍‌ ଜମ୍ପ୍‌ରେ ଭାରତର ମୁରଲୀ ଶ୍ରୀଶଙ୍କର ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ଲଙ୍ଗ୍‌ ଜମ୍ପ୍‌ ଫାଇନାଲରେ ଶ୍ରୀଶଙ୍କର ୮.୦୮ ମିଟର ଶ୍ରେଷ୍ଠ ଜମ୍ପ ସହିତ ରୌପ୍ୟ ପଦକ ହାତେଇଥିଲେ।
ସୂଚନାଯୋଗ୍ୟ, ଏହା ସହ ଶ୍ରୀଶଙ୍କର ଭାରତର ପ୍ରଥମ ପୁରୁଷ ଆଥଲେଟ ହୋଇ କମନୱେଲଥ ଗେମ୍ସ ଇତିହାସରେ ଲମ୍ଫ ଜମ୍ପ ଇଭେଣ୍ଟରେ ଭାରତ ପାଇଁ ପଦକ ଜିତିଛନ୍ତି। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ମୋଟ ୨୦ ତମ ପଦକ।

Share