କଶ୍ମୀର ପ୍ରସଙ୍ଗ ଅନ୍‌ଲାଇନ୍‌ ଆଲୋଚନାରେ ସାଇବର ଆକ୍ରମଣ: ବାଜିଲା ଶ୍ରୀରାମ-ହନୁମାନଙ୍କ ଭକ୍ତି ସଙ୍ଗୀତ

ଇସଲାମାବାଦ୍‌, ୨୯।୧୦: କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନରେ ହେଉଥିବା ଏକ ଅନ୍‌ଲାଇନ୍‌ ଆଲୋଚନା ଚକ୍ରକୁ ଭାରତୀୟ ହ୍ୟାକରମାନେ ହ୍ୟାକ୍‌ କରିନେଇଛନ୍ତି। ହଠାତ୍‌ ଆଲୋଚନାରେ ଶ୍ରୀରାମ ଏବଂ ହନୁମାନଙ୍କ ଭକ୍ତି ସଙ୍ଗୀତ ବାଜି ଉଠିଥିଲା। ଏହାକୁ ନେଇ ଆଲୋଚନାରେ ଯୋଗଦେଥିବା ବୁଦ୍ଧିଜୀବିଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ଜୁମ୍‌ ଆପ୍‌ ଦ୍ୱାରା ଏହି ଆଲୋଚନା ହେଉଥିଲା। ଭକ୍ତି ସଙ୍ଗୀତ ବାଜିବାରୁ ଅତିଥିମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଏବେ ଏହି ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share