Categories: ଜାତୀୟ

୧୧ରେ ଭାରତ ଉପରେ ହେବ ସାଇବର ଆକ୍ରମଣ, ମିଳିଲା ଧମକ

ନୂଆଦିଲ୍ଲୀ,୯ା୧୨: ଦେଶକୁ ଏକ ବଡ଼ଧରଣର ସାଇବର ଆକ୍ରମଣ ଧମକ ମିଳିଛି। ଏପରି ଧମକ ଦେଇଛି ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍‌। ଏହି ଗ୍ରୁପ୍‌ ଲେଖିଛି, ଡିସେମ୍ବର ୧୧ରେ ଭାରତରେ ଏକ ‘ସାଇବର ପାର୍ଟି’ ଆୟୋଜନ ହେବ। ଏହାକୁ କେନ୍ଦ୍ର ସରକାର ଗୁରୁତର ସହ ନେଇ ସଜାଗ ରହିଛନ୍ତି।

ପୂର୍ବରୁ ଆମେରିକା, ଇସ୍ରାଏଲ ଏବଂ ସ୍ବିଡେନ ଭଳି ଦେଶ ଉପରେ ସାଇବର ଆକ୍ରମଣ କରିଥିବା ପାକିସ୍ତାନୀ ଓ ଇଣ୍ଡୋନେସିଆ ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ଭାରତ ଉପରେ ବି ଏପରି ବଡ଼ଧରଣର ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଏହି ଗ୍ରୁପ୍‌ର ଧମକ ପରେ କେନ୍ଦ୍ରୀୟ ଏଜେନ୍ସିଂଗୁଡ଼ିକ ସତର୍କ ହୋଇଯାଇଛନ୍ତି। ବିଶେଷକରି ହ୍ୟାକର୍ସମାନେ ସ୍ବାସ୍ଥ୍ୟକ୍ଷେତ୍ରକୁ ଟାର୍ଗେଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ସ୍ବାସ୍ଥ୍ୟକ୍ଷେତ୍ର ହିଁ ହ୍ୟାକର୍ସମାନଙ୍କ ରାଡାରରେ ଆସିଥାଏ।

Share