ଆମେରିକା ଉପରେ ସାଇବର ଆକ୍ରମଣ

ୱାଶିଂଟନ,୨୦।୧୨: ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପକୁ ନେଇ ଉଠିଥିବା ଝଡ଼ ବିଗତ ୪ ବର୍ଷ ଧରି ଆମେରିକା ରାଜନୀତିକୁ ପ୍ରଭାବିତ କରିଆସିଥିଲା। ଏବେ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଗରେ ରୁଷିଆ ଏହାଠୁ ଆହୁରି ବଡ଼ ସମସ୍ୟା ଛିଡ଼ା କରାଇଥିବା ମନେହେଉଛି। ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଉପରେ ଅଭୂତପୂର୍ବ ସାଇବର ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ରୁଷିଆର ସନ୍ଦିଗ୍ଧ ହ୍ୟାକରମାନେ ୱାଶିଂଟନର ପ୍ରମୁଖ ସଂସ୍ଥାଗୁଡ଼ିକୁ ଭେଦ କରିବାରେ ସକ୍ଷମ ହୋଇଛନ୍ତି। ସାଇବର ଆଟେକ୍‌ର ଶିକାର ହୋଇଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ରହିଛି ବାଣିଜ୍ୟ ଓ ରାଜକୋଷ ବିଭାଗ, ଆଭ୍ୟନ୍ତରୀଣ ନିରାପତ୍ତା, ଆଣବିକ ପ୍ରୟୋଗଶାଳା ଓ ପେଣ୍ଟାଗନ। ଏହାସହିତ ଆଗଧାଡ଼ିର ଅନେକ କମ୍ପାନୀ। ରୁଷିଆର ଗୁପ୍ତଚରମାନେ ମାସ ମାସ ଧରି ନିଜ ଇଚ୍ଛା ଅନୁସାରେ ବିନା ବାଧାରେ ବିଚରଣ କରିଚାଲିଥିବାବେଳେ ସେମାନେ କେତେ କ୍ଷତି ପହଞ୍ଚାଇଛନ୍ତି ଏବେ ଚକିତ ହୋଇଯାଇଥିବା ଅଧିକାରୀମାନେ କେବଳ ତା’ର ଆକଳନ କରୁଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ତାଙ୍କ ଚାରିପାଖେ ଥିବା କେଜିବି (କମିଟି ଫର୍‌ ଷ୍ଟେଟ୍‌ ସିକ୍ୟୁରିଟି) ଏଜେଣ୍ଟମାନେ ବିଶ୍ୱକୁ କିପରି ଦେଖନ୍ତି ଏହି ହ୍ୟାକିଂ ତା’ର ଏକ ନିଷ୍ଠୁର ଚେତାବନୀ। ଆମେରିକାକୁ ସେମାନେ ମୁଖ୍ୟ ଶତ୍ରୁ ବୋଲି ବିବେଚନା କରନ୍ତି। ହ୍ବାଇଟ୍‌ ହାଉସ୍‌ରେ ଜଣେ ଟ୍ରମ୍ପ୍‌ ଥାଆନ୍ତୁ କି ବାଇଡେନ୍‌, ପୁଟିନ ଓ ତାଙ୍କ ଗୁପ୍ତଚରମାନଙ୍କ ଏଭଳି ଶତ୍ରୁତାପୂର୍ଣ୍ଣ ଶୀତଳଯୁଦ୍ଧ ମାନସିକତା ବଳବତ୍ତର ରହିଥାଏ।
ସଦ୍ୟ ସାଇବର ଆଟେକ୍‌କୁ ‘ସନବର୍ଷ୍ଟ’ ନାମ ଦିଆଯାଇଛି। ଏଥିରେ ସବୁଠୁ ବେଶି ଶକ୍ତି ବିଭାଗ ପ୍ରଭାବିତ ହୋଇଥିବା କୁହାଯାଉଛି। ସେହିପରି ନ୍ୟୁ ମେକ୍ସିକୋ ଓ ୱାଶିଂଟନର ଫେଡେରାଲ ଏନର୍ଜି ରେଗୁଲେଟୋରି କମିଶନ (ଏଫ୍‌ଆଇଆରସି), ସେଣ୍ଡିଆ ନ୍ୟାଶନାଲ ଲାବରେଟୋରି ନ୍ୟୁ ମେକ୍ସିକୋ ଓ ଲସ୍‌ ଅଲାମୋସ୍‌ ନ୍ୟାଶନାଲ ଲାବରେଟୋରି ୱାଶିଂଟନ, ଜାତୀୟ ପରମାଣୁ ସୁରକ୍ଷା ପ୍ରଶାସନର ସୁରକ୍ଷିତ ପରିବହନ କାର୍ଯ୍ୟାଳୟ ଏବଂ ରିଚ୍‌ଲାଣ୍ଡ ଫିଲ୍ଡ ଅଫିସକୁ ଟାର୍ଗେଟ କରାଯାଇଛି। ଏହି ସମସ୍ତ ବିଭାଗ ଆମେରିକାର ଆଣବିକ ଅସ୍ତ୍ର ଭଣ୍ଡାରଗୁଡ଼ିକୁ ନିୟନ୍ତ୍ରଣ ଓ ଅସ୍ତ୍ରଶସ୍ତ୍ରଗୁଡ଼ିକର ସୁରକ୍ଷିତ ପରିବହନକୁ ସୁନିଶ୍ଚିତ କରିଥାଆନ୍ତି। ଆକ୍ରମଣର ଶିକାର ହୋଇଥିବା ସଂସ୍ଥାଗୁଡ଼ିକର ତାଲିକା ଲମ୍ବିବାରେ ଲାଗିଛି। ଅନେକ ସରକାରୀ ବିଭାଗଠୁ ନେଇ ଘରୋଇ କମ୍ପାନୀ ମଧ୍ୟ ସେମାନଙ୍କ ସିଷ୍ଟମ୍‌ ଉପରେ ଆକ୍ରମଣ ହୋଇଛି କି ନାହିଁ ଏବଂ ଯଦି ହୋଇଛି କେତେ ତଥ୍ୟ ଚୋରି ହୋଇଛି ତାହା ଯାଞ୍ଚ କରୁଛନ୍ତି। ଏହି ତଦନ୍ତ ଶେଷ ହେବା ପାଇଁ କିଛି ମାସ ଲାଗିଯାଇପାରେ। କାରଣ ଆକ୍ରମଣର ପରିସର ବିସ୍ତୃତ ହୋଇଥାଇପାରେ। ଆମେରିକା ମିଡିଆ ପଲିଟିକୋର ରିପୋର୍ଟ ଅନୁସାରେ ଶକ୍ତି ବିଭାଗ ମୁଖ୍ୟ ସୂଚନା ଅଧିକାରୀ ରୋକି କେମ୍ପିଓନ୍‌ ଏହି ଘଟଣା ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ଏହା ପରେ ଏନ୍‌ଏନ୍‌ଏସ୍‌ଏ ଟିମ୍‌ ହ୍ୟାକିଂ ସମ୍ପର୍କିିତ ସମସ୍ତ ତଥ୍ୟ ଆମେରିକା କଂଗ୍ରେସ ସମିତିକୁ ପଠାଇ ଦେଇଛି। ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ଏନେଇ ବିବୃତି ଜାରି କରାଯାଇପାରେ।
ମିଳିଥିବା ସୂଚନାନୁସାରେ ପ୍ରାୟ ମାସେ ଧରି ସାଇବର ଆଟେକ୍‌ ଚାଲିଥିବାବେଳେ ଗତ ରବିବାର ଟ୍ରେଜେରି ଓ ବାଣିଜ୍ୟ ବିଭାଗ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ଯେ, ମାଲ୍‌ୱେର କେବଳ ବିଜ୍‌ନେସ ନେଟ୍‌ୱର୍କକୁ କ୍ଷତି ପହଞ୍ଚାଇଛି। ଅସ୍ତ୍ରଭଣ୍ଡାର ସୁରକ୍ଷା ଉପରେ ଏହି ହ୍ୟାକ୍‌ର କୌଣସି ପ୍ରଭାବ ପଡ଼ିବ ନାହିଁ। ଟେକ୍‌ କମ୍ପାନୀ ମାଇକ୍ରୋସଫ୍ଟ କହିଛି ଯେ, ତା’ର ସିଷ୍ଟମ୍‌ରେ ବିପଜ୍ଜନକ ସଫ୍ଟୱେର ମିଳିଛି। ୱାଶିଂଟନ ପୋଷ୍ଟ ରୁଷିଆର ହ୍ୟାକିଂ ଗ୍ରୁପ୍‌ କୋଜି ବିୟର ଅଥବା ଏପିଟି ୨୯କୁ ସନ୍ଦେହ କରିଛି। ଏହି ଖବରକାଗଜ ମୁତାବକ କୌଣସି ହ୍ୟାକିଂ ଗ୍ରୁପ୍‌ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ କାର୍ଯ୍ୟକାଳରେ ହ୍ବାଇଟ୍‌ ହାଉସ୍‌ ଓ ଅନ୍ୟ କେତେକ ବିଭାଗର ଇ-ମେଲ୍‌ଗୁଡ଼ିକୁ ହ୍ୟାକ୍‌ କରିଥିଲା। ତେବେ ଆମେରିକାସ୍ଥିତ ରୁଷିଆ ଉଚ୍ଚାୟୁକ୍ତ ପକ୍ଷରୁ ସୋମବାର ସୋସିଆଲ ମିଡିଆରେ ବିବୃତି ଜାରି କରି ଏହି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା।
ହ୍ୟାକର୍ସ ଅନ୍ୟ ସଂସ୍ଥାଗୁଡ଼ିକ ତୁଳନାରେ ଫେଡେରାଲ ଏଜେନ୍ସି ରେଗୁଲେଟୋରି କମିଶନକୁ ସବୁଠୁ ବେଶି କ୍ଷତି ପହଞ୍ଚାଇଛନ୍ତି। ଏହି ଏଜେନ୍ସିର ନେଟ୍‌ୱର୍କରେ ସର୍ବାଧିକ ଅନୁପ୍ରବେଶର ପ୍ରମାଣ ମିଳିଛି। ଏହି ମାମଲାରେ ସାଇବର ସିକ୍ୟୁରିଟି ଏବଂ ଇନ୍‌ଫ୍ରାଷ୍ଟକ୍ଚର ଏଜେନ୍ସି ହ୍ୟାକିଂ ଗତିବିଧି ସହ ଜଡ଼ିତ ଯାଞ୍ଚରେ ଆମେରିକା ଫେଡେରାଲ ସର୍ଭିସେସ୍‌କୁ ସହଯୋଗ କରୁଛନ୍ତି। ତେବେ କେତେ ତଥ୍ୟ ଚୋରି ହୋଇଛି ତାହା ଅଦ୍ୟାବଧି ଜଣାପଡ଼ିନାହିଁ। ହ୍ୟାକର୍ସ କେଉଁ ଗୋପନୀୟ ତଥ୍ୟ ଯାଏ ପହଞ୍ଚତ୍ କେତେ କ୍ଷତି କରିଛନ୍ତି, ତଦନ୍ତକାରୀ ଅଧିକାରୀମାନେ ତାହା ଜାଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କେତେ ମାତ୍ରାରେ ସୂଚନା ଚୋରି ହୋଇଛି ତାହା କିଛିଦିନ ମଧ୍ୟରେ ଜଣାପଡ଼ିଯିବ ବୋଲି ସେମାନେ କହିଛନ୍ତି।
ଆମେରିକାରେ ସାଇବର ସୁରକ୍ଷାର ଦାୟିତ୍ୱ ମୁଖ୍ୟତଃ ସାଇବର ସିକ୍ୟୁରିଟି ଆଣ୍ଡ ଇନ୍‌ଫ୍ରାଷ୍ଟକ୍ଚର ସିକ୍ୟୁରିଟି ଏଜେନ୍ସି (ସିଆଇଏସ୍‌ଏ) ପାଖରେ ଥାଏ। କିନ୍ତୁ ଟ୍ରମ୍ପ୍‌ ପ୍ରଶାସନରେ ଏହି ଏଜେନ୍ସିକୁ ଦୁର୍ବଳ କରି ଦିଆଯାଇଛି। ଏହାର ପୂର୍ବତନ ନିର୍ଦ୍ଦେଶକ ଖ୍ରିଷ୍ଟୋଫର କ୍ରେବ୍ସଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କୁ ଟ୍ରମ୍ପ୍‌ ପ୍ରଶାସନ ବାହାର କରିଦେଇଛି। ନିକଟରେ ଅନେକେ ଇସ୍ତଫା ମଧ୍ୟ ଦେଇଛନ୍ତି। ସମ୍ଭବତଃ ଏହି କାରଣରୁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ସାଇବର ଆଟେକ୍‌ ସମ୍ପର୍କରେ ପଦୁଟିଏ ମଧ୍ୟ କହିନାହାନ୍ତି। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ସାଇବର ସୁରକ୍ଷାକୁ ନିଜ ପ୍ରଶାସନର ସବୁଠୁ ବଡ଼ ପ୍ରାଥମିକତା ବୋଲି କହିଛନ୍ତି। ଆକ୍ରମଣକାରୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଆମେ ଆମେରିକାର ସହଯୋଗୀ ଓ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ସାଙ୍ଗରେ ନେଇ ସାଇବର ଆକ୍ରମଣକୁ ରୋକିବୁ ବୋଲି ବାଇଡେନ୍‌ ଦୃଢ଼ୋକ୍ତି ବାଢ଼ିଛନ୍ତି। ତାଙ୍କ ମତରେ ବର୍ତ୍ତମାନ ଯାଏ ଅନେକ କଥା ଜଣାପଡ଼ିନାହିଁ। ଯାହା ବି ଜଣାପଡ଼ିଛି, ତାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ।
ସିଆଇଏସ୍‌ଏ ପକ୍ଷରୁ କୁହାଯାଇଛି ଯେ, ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଏହି ସାଇବର ଆଟେକ୍‌ର ମୁକାବିଲା କରିବା ଅତି ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ଆକ୍ରମଣ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଢାଞ୍ଚା କ୍ଷତିଗ୍ରସ୍ତ ହୋଇଛି। ସଂଘୀୟ ସଂସ୍ଥା ଓ ଘରୋଇ କ୍ଷେତ୍ରର କମ୍ପାନୀଗୁଡ଼ିକର ସୁରକ୍ଷାକୁ କ୍ଷତି ପହଞ୍ଚତ୍ଛି। ଏହି କ୍ଷତି ଗମ୍ଭୀର ବିପଦ ସୃଷ୍ଟି କରିଛି। ଯେଉଁମାନେ ଏହା ପଛରେ ଅଛନ୍ତି, ସେମାନେ ଧୈର୍ଯ୍ୟ, ପରିଚାଳନା ସୁରକ୍ଷା ଓ ଜଟିଳ ଟ୍ରେଡ୍‌କ୍ରାଫ୍ଟ ସହ ଏପରି କରିଛନ୍ତି। ହ୍ୟାକରମାନେ ଟେକ୍ସାସ୍‌ର ଆଇଟି କମ୍ପାନୀ ସୋଲାରୱିଣ୍ଡ୍‌କୁ ବ୍ୟବହାର କରି ନେଟ୍‌ୱର୍କକୁ ଭେଦ କରିଛନ୍ତି। ୧୦ ହଜାର ସୋଲାରୱିଣ୍ଡ୍‌ ଉପଭୋକ୍ତା ଏହି ଅପ୍‌ଡେଟ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି, ଯେଉଁଥିରେ ହ୍ୟାକର୍ସ ବିପଜ୍ଜନକ ସଫ୍ଟୱେର ଛାଡ଼ିଥିଲେ। ସୋଲାରୱିଣ୍ଡ୍‌କୁ ନିଜ ସର୍ଭରରୁ ଅନ୍‌ଇନ୍‌ଷ୍ଟଲ କରିବାକୁ ଆମେରିକୀୟ ଏଜେନ୍ସିଗୁଡ଼ିକୁ ଆରମ୍ଭରୁ ପରାମର୍ଶ ଦିଆଯାଇଥିଲା। ସୋଲାରୱିଣ୍ଡ୍‌ ବ୍ୟତୀତ ଅନ୍ୟ କେଉଁ ଉପାୟରେ ହ୍ୟାକର୍ସ ଭେଦ କରିଛନ୍ତି, ସେନେଇ ତଦନ୍ତ ଚାଲିଛି। ମାଇକ୍ରୋସଫ୍ଟ କହିଛି ଯେ, ଏହାର ୪୦ ଉପଭୋକ୍ତା ସାଇବର ଆଟେକ୍‌ର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ସରକାରୀ ଏଜେନ୍ସି, ଥିଙ୍କ୍‌ଟ୍ୟାଙ୍କ୍‌, ଘରୋଇ ସଂସ୍ଥା ଏବଂ ଆଇଟି କମ୍ପାନୀ ଅଛନ୍ତି। ସେଥିମଧ୍ୟରୁ ୮୦% ଆମେରିକୀୟ ଏବଂ ଅବଶିଷ୍ଟ ଉପଭୋକ୍ତା କାନାଡା, ମେକ୍ସିକୋ, ସ୍ପେନ୍‌, ବ୍ରିଟେନ୍‌, ଇସ୍ରାଏଲ ଓ ବେଲଜିୟମ୍‌ର। ମାଇକ୍ରୋସଫ୍ଟ ଅଧ୍ୟକ୍ଷ ବ୍ରେଡ୍‌ ସ୍ମିଥ୍‌ଙ୍କ ମତରେ ଏହା ସାଧାରଣ ଗୁପ୍ତଚରଗିରି ନୁହେଁ, ବରଂ ଏଥିରୁ ଆମେରିକା ସମେତ ବିଶ୍ୱର ଟେକ୍ନୋଲୋଜି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ତଦନ୍ତ ଆଗକୁ ବଢ଼ିଲେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର

ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ।...

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ

ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି...

ପାକିସ୍ତାନରେ କେତେ ଆତଙ୍କୀ ରହୁଛନ୍ତି ପାକ୍‌ ସେନା ନିଜେ କଲା ଖୁଲାସା, କହିଲା ପ୍ରତ୍ୟେକ କୋଣ ଅନୁକୋଣରେ…

ଇସଲାମାବାଦ,୬ା୯: ଭାରତରେ ଆତଙ୍କବାଦ ସୃଷ୍ଟି କରୁଥିବା ପାକିସ୍ତାନ ସବୁବେଳେ ଅସ୍ବୀକାର କରେ ଯେ, ଆତଙ୍କବାଦୀଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ବର୍ତ୍ତମାନ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri