ଛତ୍ରପୁର,୨୮ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଦିନକୁ ଦିନ ସହରରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୨ରୁ ୧୫ ପର୍ଯ୍ୟନ୍ତ ସାଇବର ସୁରକ୍ଷା ନେଇ ସଚେତନତା ରଥ ଗଞ୍ଜାମ ପୋଲିସ ଜିଲା ଅଧୀନ ସମସ୍ତ ଥାନା ଅଞ୍ଚଳରେ ବୁଲିବ। ସାଇବର ଅପରାଧକୁ ପ୍ରତିହତ ସହ ସମ୍ପୂର୍ଣ୍ଣ ଉଚ୍ଛେଦ ଏହାର ମୂଳ ଲକ୍ଷ୍ୟ ବୋଲି ଗଞ୍ଜାମ ଏସ୍ପି ଜଗମୋହନ ମୀନା ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ ପ୍ରମୁଖ ଉପସ୍ଥିତ ଥିଲେ।