ମାଲକାନଗିରି,୬ା୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ସାଇବର ଠକମାନେ ମାତିଛନ୍ତି। ସେମାନେ ଅଭିନବ ଉପାୟରେ ଯୁବପିଢ଼ିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। କେତେକ ସାଇବର ଠକ ସୁନ୍ଦରୀ ଯୁବତୀମାନଙ୍କ ମାଧ୍ୟମରେ କେତେକ ଫଟୋ ଦେଖାଇ ସେମାନଙ୍କ ସହ ମିଶିବା ପାଇଁ କଥାବାର୍ତ୍ତା କରନ୍ତି। କେଉଁ ଯୁବତୀଙ୍କ ପାଇଁ କେତେ ଅର୍ଥ ଦେବାକୁ ପଡ଼େ ତାହା କଥାବାର୍ତ୍ତା ବେଳେ ସ୍ଥିର ହୋଇଥାଏ। ଯୁବତୀମାନଙ୍କୁ ଚୟନ କରିବା ପରେ ୟୁପିଆଇ ମାଧ୍ୟମରେ ଟଙ୍କା କାରବାର ହୋଇଥାଏ। ପରେ ସେହି ଯୁବକମାନଙ୍କୁ ହୋଟେଲକୁ ଆସିବାକୁ କୁହାଯାଇଥାଏ। ମାତ୍ର ଅନେକ ଯୁବକ ହୋଟେଲକୁ ଯାଇ ହୋଟେଲର ମ୍ୟାନେଜରଙ୍କୁ ରୁମ୍ ନମ୍ବର ଓ ଯୁବତୀଙ୍କ ବିଷୟରେ ପଚାରିବା ପରେ ସେଠାରେ କୌଣସି ଯୁବତୀଙ୍କ ଦେଖା ନ ଥାଏ ା ଅନ୍ୟପକ୍ଷରେ ଜଣେ ଯୁବତୀ ଜଣେ ଯୁବକଙ୍କ ସହ ଦେହ ବ୍ୟବସାୟ ଓ ସ୍ଥାନ ସମ୍ପର୍କରେ ବାର୍ତ୍ତାଳାପ କରୁଥିବା ଅଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି ା ତେବେ ଏ ସମ୍ପର୍କରେ ଜଣେ ହୋଟେଲ ମ୍ୟାନେଜର କହିଛନ୍ତି, ୬ରୁ ୭ ଜଣ ଯୁବକ ହୋଟେଲ ଆସି ଯୁବତୀଙ୍କ ସମ୍ପର୍କରେ ପଚାରିଥିଲେ ା ମାତ୍ର ଏପରି କୌଣସି ଯୁବତୀ ହୋଟେଲକୁ ଆସିନାହାନ୍ତି କିମ୍ବା କୌଣସି ଯୁବତୀଙ୍କ ପ୍ରତି ସନ୍ଦେହ ସୃଷ୍ଟି ହେଲେ ତାଙ୍କୁ ଆମେ ହୋଟେଲରେ ରହିବା ପାଇଁ ଅନୁମତି ଦେଇ ନ ଥାଉ ବୋଲି ସମ୍ପୃକ୍ତ ହୋଟେଲ ମ୍ୟାନେଜର କହିଛନ୍ତି। ଏଥିପ୍ରତି ପୋଲିସ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ା