ମାଟ୍ରିମୋନି ସାଇଟ୍‌ରେ ହେଉଛି ସାଇବର ଠକେଇ

ଭୁବନେଶ୍ୱର,୧୧।୭(ସତ୍ୟଜିତ୍‌ ରାଉତ): ଅନେକେ ମାଟ୍ରିମୋନି ସାଇଟ୍‌ରେ ବିବାହ ପାଇଁ ଜୀବନସାଥୀ ଖୋଜିବାକୁ ଯାଇ ସାଇବର ଠକେଇର ଶିକାର ହେଉଛନ୍ତି। ବିଭିନ୍ନ କୌଶଳ ଆପଣାଇ ସାଇବର ଅପରାଧୀମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ଏନେଇ ମଙ୍ଗଳବାର ଓଡ଼ିଶା ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନ କରାଯାଇଛି। ଏଭଳି ଠକେଇରେ ନ ପଡ଼ିବା ପାଇଁ ବିଭିନ୍ନ ଦିଗ ସଂକ୍ରାନ୍ତରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

Share