Cyber Kidnapping: ୧୭ ବର୍ଷ ବୟସ୍କ ଛାତ୍ର ହେଲେ ଶିକାର, ମୁକ୍ତି ପାଇଁ ୬୬ ଲକ୍ଷ ଟଙ୍କା ଦେଲେ…

ବେଜିଂ,୪।୧ : ସମ୍ପ୍ରତିି ପ୍ରାୟ ସମସ୍ତଙ୍କର ପାଖରେ ମୋବାଇଲ ଫୋନ ଅଛି ଏବଂ ସେମାନେ ଇଣ୍ଟରନେଟ ବ୍ୟବହାର କରିଥାନ୍ତି। ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଉଥିବାରୁ ସାଇବର ଠକେଇ ମାମଲା ମଧ୍ୟ ବଢ଼ିିବାରେ ଲାଗିଛି। ଅନେକ ଲୋକ ଏହାର ଶିକାର ହେଉଛନ୍ତି। ସାଇବର ଠକମାନେ ଲୋକଙ୍କୁ ଟାର୍ଗେଟ କରିବା ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ସେମାନେ ଠକାମୀର ନୂତନ ପଦ୍ଧତି ଉଦ୍ଭାବନ କରୁଛନ୍ତି। ଚାଇନାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୧୭ ବର୍ଷ ବୟସ୍କ ଛାତ୍ର ସାଇବର ଅପହରଣର ଶିକାର େହୋଇଛନ୍ତି।

ଛାତ୍ର ସାଇବର ଅପହରଣର ଶିକାର ହେବା ପରେ ତାଙ୍କ ମାତାପିତାଙ୍କଠାରୁ ୮୦ ହଜାର ଡଲାର ଅର୍ଥାତ ପ୍ରାୟ ୬୬ ଲକ୍ଷ ଟଙ୍କା ଦାବି କରାଯାଇ ଠକି ନିଆଯାଇଥିଲା। ପରେ ଜଣାପଡ଼ିଲା ସେ ସୁରକ୍ଷିତ, କିନ୍ତୁ ଭୟଭୀତ ଅବସ୍ଥାରେ ଜଙ୍ଗଲରେ ଥିବା ଏକ ତମ୍ବୁରେ ଅଛନ୍ତି।

ଡିସେମ୍ବର ୨୮ରେ ଛାତ୍ରଙ୍କ ମାତାପିତା ନିଖୋଜ ଥିବା ଖବର ପାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ସ୍କୁଲ ଶିକ୍ଷକମାନଙ୍କୁ ଅପହରଣ ଏବଂ ମୁକ୍ତି ଦାବି ଉପରେ ମଧ୍ୟ ସେମାନେ ଉଦବେଗ ପ୍ରକାଶ କରିଥିଲେ। ସାଇବର ଅପହରଣରେ, ଆକ୍ରମଣକାରୀ କୌଣସି ପ୍ରକାରେ ୟୁଜରଙ୍କ କମ୍ପ୍ୟୁଟର ସିଷ୍ଟମ କିମ୍ବା ଡାଟାେ ବସକୁ ପ୍ରବେଶ କରିଥାନ୍ତି ଏବଂ ତାପରେ ବ୍ୟକ୍ତିଗତ ସୂଚନା ଚୋରି କରିଥାନ୍ତି। ତା’ପରେ ସେମାନେ ୟୁଜରଙ୍କ ମୁକ୍ତ କରିବା ପାଇଁ ଟଙ୍କା ଦାବି କରନ୍ତି। ଏହାକୁ ଡିଜିଟାଲ କ୍ଷେତ୍ରରେ ଚୋରି ଭାବେ ବିବେଚନା କରାଯାଇଥାଏ। ସାଇବର ଅପହରଣରେ ଲୋକମାନେ ଅନଲାଇନ ଯୋଗାଯୋଗ ମାଧ୍ୟମରେ ପ୍ରତାରିତ ହୁଅନ୍ତି । ସେମାନଙ୍କୁ ବିଶ୍ୱାସ କରାଇବା ଭଳି କୁହାଯାଏ ଯେ ପରିବାର ସଦସ୍ୟ କିମ୍ବା ବନ୍ଧୁ ବିପଦରେ ଅଛନ୍ତି କିମ୍ବା ଅପହରଣ ହୋଇଛନ୍ତି। ଏହା ପରେ ସେମାନଙ୍କ ମୁକ୍ତି ପାଇଁ ଟଙ୍କା ଦାବି କରାଯାଇଥାଏ।

ସାଇବର ଅପହରଣରୁ କିପରି ରକ୍ଷା ପାଇବେ?

ଏପରି ମେସେଜକୁ ବିଶ୍ୱାସ କରନ୍ତୁ ନାହିଁ ଯାହା ବିଷୟରେ ମନରେ ସନ୍ଦେହ ଅଛି। ବାର୍ତ୍ତା ପଠାଉଥିବା ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତ।

ସେ ଜଣା ନା ଅଜଣା ବ୍ୟକ୍ତି, ତାହା ସଂପୂର୍ଣ୍ଣ ନିଶ୍ଚିତ କରନ୍ତୁ।

ନିଜର ବ୍ୟକ୍ତିଗତ ସୂଚନା କାହା ସହିତ ଅଂଶୀଦାର କରନ୍ତୁ ନାହିଁ।

ଯଦି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରନ୍ତି, ଗୋପନୀୟତା ସେଟିଂସମୂହ ବ୍ୟବହାର କରନ୍ତୁ, ତେଣୁ ଆପଣ ଆପଣଙ୍କର ପୋଷ୍ଟଗୁଡିକ କିଏ ଦେଖି ପାରିବେ ଏବଂ କିଏ ଦେଖି ପାରିବେ ନାହିଁ ଆପଣ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ ।

ଯଦି ଆପଣ ସାଇବର ଅପହରଣର ଶିକାର ହୁଅନ୍ତି ତେବେ ସାଇବର ସୁରକ୍ଷା ପ୍ରଫେସନାଲମାନଙ୍କ ସହିତ ଯୋଗାଯୋଗ କରନ୍ତୁ ।

ଦେଶ ଏବଂ ବିଶ୍ୱରେ ଘଟୁଥିବା ଘଟଣାଗୁଡ଼ିକ ସହିତ ନିଜକୁ ଅପଡେଟ କରନ୍ତୁ।

ସାଇବର ଅପହରଣ ବିଷୟରେ ପରିବାର ଏବଂ ସାଙ୍ଗମାନଙ୍କୁ କୁହନ୍ତୁ।

ନିଜର ମୋବାଇଲ ଫୋନ କିମ୍ବା ଲାପଟପରେ ଶକ୍ତିଶାଳୀ ପାସୱାର୍ଡ ସୃଷ୍ଟି କରନ୍ତୁ ଏବଂ ସଫ୍ଟୱେର୍‌ ଅପଡେଟ ଜାରି ରଖନ୍ତୁ।

ଯଦି କୌଣସି ଧମକପୂର୍ଣ୍ଣ କିମ୍ବା ସନ୍ଦେହଜନକ ବାର୍ତ୍ତା ମିଳୁଛି ତେବେ ସଂପୃକ୍ତ ଅଧିକାରୀଙ୍କୁ ଏହା ବିଷୟରେ ଜଣାନ୍ତୁ।

 

 

Share