ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍‌

ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କଠାରୁ ଅଭିନବ ଉପାୟ ରେ ଅର୍ଥ ଆଦାୟ ପାଇଁ ଉଦ୍ୟମ କରିଥିଲେ ଲୁଟେରା। ଏକ ଅଜଣା ଫୋନ ନମ୍ବରରୁ କଲେଜ ଅଧ୍ୟକ୍ଷଙ୍କ ନାମରେ ଫୋନ ଯିବା ସହ ଅଭିଭାବକମାନଙ୍କୁ କଲ କରି ଆସନ୍ତା ଯୁକ୍ତ ଦୁଇ ପରୀକ୍ଷାରେ ସେମାନଙ୍କ ପୁଅ ଝିଅଙ୍କୁ ପାସ କରାଇବା ପାଇଁ ଫୋନ କରାଯାଇ ପାଞ୍ଚ ହଜାର ଟଙ୍କା ଲେଖାଏ ଦେବା ପାଇଁ କୁହାଯାଇଥିଲା। ଏ ସଂପର୍କରେ ଅଭିଭାବକମାନେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧ୍ୟକ୍ଷ ପ୍ରଭାକର ରାଜୁ ଏ ନେଇ ରାଇକିଆ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ଏଭଳି ମିଥ୍ୟା କଲରେ ବିଶ୍ୱାସ ନ କରିବା ପାଇଁ ଏବଂ କୌଣସି ଟଙ୍କା ନ ଦେବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ଭାରତ-ପାକିସ୍ତାନ ବର୍ଡରରେ ପହଞ୍ଚିଲେ Army Chief: କିଛି ବି ଘଟିପାରେ

ଶ୍ରୀନଗର,୨୫।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ସେନା କମାଣ୍ଡରମାନେ ଜେନେରାଲ ଦ୍ୱିବେଦୀଙ୍କୁ ବର୍ତ୍ତମାନର...

ଘନଘନ ବିଦ୍ୟୁତ୍‌ କାଟ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି,୨୫।୪(ଅରୁଣ ସାହୁ): ରାଜ୍ୟର ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଗତ କିଛିଦିନ ହେଲା ଘନଘନ ବିଦ୍ୟୁତ୍‌ କାଟକୁ...

ହତ୍ୟାକାଣ୍ଡ ରାୟ ପ୍ରକାଶ: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା,୨୫ା୪(ପ୍ରଭାତ ପାଣିଗ୍ରାହୀ): ୧୦ବର୍ଷ ପରେ ଏକ ହତ୍ୟାକାଣ୍ଡ ରାୟ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ (୧ମ) ମଞ୍ଜୁଲତା...

ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ମନ୍ତବ୍ୟରୁ ବିରତ ରହିବାକୁ ନିର୍ଦ୍ଦେଶ: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟ ଶୁକ୍ରବାର କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୀର ସାଭରକରଙ୍କ ବିଷୟରେ ଦିଆଯାଇଥିବା ମନ୍ତବ୍ୟ...

ପହଲଗାମ୍‌ରୁ ସତ୍ୟବାଦୀ ଫେରିଲେ ୮ ପର୍ଯ୍ୟଟକ

ସାକ୍ଷୀଗୋପାଳ,୨୫ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଜମ୍ମୁ-କଶ୍ମୀରର ପହଲଗାମ୍‌ ପରିଭ୍ରମଣରେ ଯାଇଥିବା ସତ୍ୟବାଦୀର ୮ ଜଣ ପର୍ଯ୍ୟଟକ ସୁରକ୍ଷିତ ଫେରି ଆସିଛନ୍ତି। ସେମାନେ ହେଲେ ଦୀପକ ଶତପଥୀ,...

ଯେଉଁଠି ଲୁଚିଛନ୍ତି, ଖୋଜିଆଣି ଦଣ୍ଡ ଦିଅ: ସେନା ମୁଖ୍ୟଙ୍କୁ କହିଲେ ଏଲଜି

ଶ୍ରୀନଗର,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ ଏବଂ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି) ମନୋଜ ସିହ୍ନା ଆଜି ଶ୍ରୀନଗରରେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ...

ଛୁଟିରେ ସ୍କୁଲ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୪: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ...

ଆମେରିକା ପାଇଁ ଏହି ଘୃଣ୍ୟ କାମ କରାଯାଇଛି: ଆତଙ୍କବାଦୀଙ୍କୁ ସମର୍ଥନ, ତାଲିମ ଦେବା କଥା ସ୍ୱୀକାର କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗତ ତିନି ଦଶନ୍ଧି ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image