Categories: ବାଣିଜ୍ୟ

ବିଜିୟୁ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ

ଭୁବନେଶ୍ୱର,୧୦।୧୦: ନ୍ୟାଶନାଲ ସର୍ଭିସ୍‌ ସ୍କିମ୍‌ (ଏନ୍‌ଏସ୍‌ଏସ୍‌), ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏବଂ କମିଶନେରେଟ ପୋଲିସର ମିଳିତ ସହଯୋଗରେ ଏକ ସାଇବର ସୁରକ୍ଷା ଅଭିଯାନ ବିଶ୍ୱବିଦ୍ୟାଳୟର ଗୋଠପାଟଣାସ୍ଥିତ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାଇବର ରଥ ଏବଂ ସାଇବର ସାଏରା-ସାଇବର ସୁରକ୍ଷା ଅଭିଯାନର ମାସ୍କଟ୍‌ ମଧ୍ୟ କ୍ୟାମ୍ପସ ଭ୍ରମଣ କରିଥିଲା ବେଳେ ବିଜିୟୁ ଛାତ୍ରୀଛାତ୍ରୀ ଅନୁପ ଦେବ, ଦିବ୍ୟା ସିଂ ଏବଂ ସାନିଆ ସାହୁ ଏହି ମିଶନକୁ ଆଗକୁ ନେବା ପାଇଁ ‘ସାଇବର ମିତ୍ର’ ଭାବେ ମନୋନୀତ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜିୟୁର କୁଳପତି ପ୍ରଫେସର ପି.ପି.ମାଥୁର, ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ବି.କେ.ଦାସ ପ୍ରମୁଖ ଉପସ୍ଥିତ ରହି ଟେକ୍ନୋଲୋଜିର ଭଲ ଓ ମନ୍ଦ ଦୁଇଟି ଦିଗ ଉପରେ ଅବଗତ କରାଇବା ସହ ସଚେତନତା ଅଭାବରୁ ଜନସାଧାରଣ ଶିକାର ହେଉଥିବା ସାଇବର ଅପରାଧ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିର୍ଲା ସ୍କୁଲ ଅଫ୍‌ କମର୍ସର ଡିନ୍‌ ପ୍ରଫେସର ସାମସନ ମହାରଣା, ବିର୍ଲା ସ୍କୁଲ ଅଫ୍‌ ଲ’ର ଡିନ୍‌ ପ୍ରଫେସର ଲଲିତ ଦେବଙ୍କ ସମେତ ଅନ୍ୟ ଫାକଲ୍ଟି ଓ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏନ୍‌ଏସ୍‌ଏସ୍‌ର କନ୍‌ଭେନର ତଥା ପ୍ରୋଗ୍ରାମ ଅଫିସର ଲୋପାମୁଦ୍ରା ନାୟକ ସ୍ବାଗତ ଅଭିଭାଷଣ ଜଣାଇଥିଲାବେଳେ ଏନ୍‌ଏସ୍‌ଏସ୍‌-ବିଜିୟୁ କୋ-ଅର୍ଡିନେଟର ଶୁଭେନ୍ଦୁ କୁମାର ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Share