ସାଇବର ଠକେଇ ଏକ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୨୧।୫ (ବ୍ୟୁରୋ): କରୋନା କାଳରେ ସାଇବର ଠକେଇ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କରୋନାକୁ ନେଇ ଲୋକଙ୍କ ଭାବପ୍ରବଣ ଓ ଭୟର ଫାଇଦା ସାଇବର ଠକ ଉଠାଉଛନ୍ତି । ମୁଖ୍ୟତଃ ସୋସିଆଲ୍‌ ମିଡିଆରେ ଏବେ ଲୋକଙ୍କୁ ସାହାଯ୍ୟ କରିବାକୁ ଅନେକଗୁଡ଼ିଏ ଫେକ୍‌ ଚାରିଟି ବା ନକଲି ଦାତବ୍ୟ ସଂସ୍ଥା ଖୋଲାଯାଇଛି। କରୋନା ଯୋଗୁ ସାଧାରଣ ଗରିବ ଲୋକେ କିଭଳି ଭୋକ ଉପାସରେ ବଞ୍ଚୁଛନ୍ତି, ତାହାର ଦୁଃଖ ଭରା ଫଟୋ ଭିଡିଓ ଦେଖାଇ ସେମାନଙ୍କ ପାଇଁ ଟଙ୍କା ମାଗୁଛନ୍ତି। ଅନେକ ଲୋକ ଏହା ଦେଖିବା ପରେ ଭାବପ୍ରବଣରେ ସେମାନଙ୍କୁ ଟଙ୍କା ପଠାଉଛନ୍ତି। ତେଣୁ କୌଣସି ଦାତବ୍ୟ ସଂସ୍ଥାକୁ ଟଙ୍କା ଦାନ କରୁଥିଲେ, ସେ ସଂସ୍ଥା ସମ୍ପର୍କରେ ଭଲ ଭାବରେ ବୁଝନ୍ତୁ ବୋଲି ପୋଲିସ ଡିଜି ଅଭୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
୨୦୨୧ ନୂଆ ଯୁଗରେ ସାଇବର ଠକେଇ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବୋଲି ଡିଜି ମତ ପ୍ରକାଶ କରିଛନ୍ତି। ଟିକାକରଣ ନାମରେ ସାଇବର ଠକମାନେ ଲୋକମାନଙ୍କୁ ଠକୁଥିବା ନଜରକୁ ଆସିଛି। ଭାକ୍ସିନ୍‌ ରେଜିଷ୍ଟ୍ରେଶନ୍‌ ପାଇଁ ସରକାରଙ୍କ ପକ୍ଷରୁ କୋଓ୍ବିନ୍‌, ଆରୋଗ୍ୟ ସେତୁ ଓ ଉମଙ୍ଗ ଭଳି ୩ଟି ଆପ୍ଲିକେଶନ୍‌ ବ୍ୟବହାର କରାଯାଉଛି। ତେଣୁ ଅନ୍ୟ କୌଣସି ଆପ୍ଲିକେଶନ୍‌ରେ ରେଜିଷ୍ଟ୍ରେଶନ ନ କରିବାକୁ ଡିଜିପି କହିଛନ୍ତି। ଏଥିସହିତ କୋଭିଡ୍‌ ସର୍ଭେ ମାଧ୍ୟମରେ ସାଇବର ଠକ ଲୋକଙ୍କ ତଥ୍ୟ ଚୋରାଉଛନ୍ତି। ପରେ ଉକ୍ତ ତଥ୍ୟ ସାହାଯ୍ୟରେ ସେମାନଙ୍କ ନିକଟରୁ ଟଙ୍କା ଠକି ନେଉଛନ୍ତି। ତେଣୁ କୌଣସି ବି ଅଜଣା ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ଓ ଅର୍ଥ ଜନିତ ତଥ୍ୟ ନ ଦେବାକୁ କୁହାଯାଇଛି। ଆଧୁନିକ ଯୁଗରେ ସାଇବର ଠକେଇ ଆହୁରି ମଧ୍ୟ ଫେକ୍‌ ଇ-କମର୍ସ ସାଇଟ, କରୋନା ମେଡିସିନ୍‌, ଭିଡିଓକଲ୍‌ର ଅଶ୍ଳୀଳ ଚାଟ୍‌ ଓ ପରେ ବ୍ଲାକ୍‌ମେଲିଂ, ମାଗଣା ଉପହାର ଆଦି ବିଭିନ୍ନ ଉପାୟରେ ସାଇବର ଠକମାନେ ଠକେଇ କରୁଛନ୍ତି। ସେସବୁ ସତର୍କତା ଅବଲମ୍ବନ କରିବା ସହ କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ସମ୍ବନ୍ଧରେ ଭଲ ଭାବେ ଯାଞ୍ଚ କରନ୍ତୁ ବୋଲି ଡିଜି ଅଭୟ ପରାମର୍ଶ ଦେଇଛନ୍ତି। ଔଷଧ କଳାବଜାର ନେଇ ଲୋକଙ୍କ ନିକଟରେ କୌଣସି ସୂଚନା ଥିଲେ ପୋଲିସକୁ ଜଣାନ୍ତୁ। ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି କରୋନା ସମୟରେ ଲୋକମାନେ ଘରେ ରହି ଫୋନ୍‌ ଓ ହ୍ବାଟସ୍‌ଆପ୍‌ ମାଧ୍ୟମରେ ପୋଲିସକୁ ନିଜର ଅଭିଯୋଗ ଜଣାନ୍ତୁ ବୋଲି ଡିଜିପି କହିଛନ୍ତି। ଅନ୍ୟପକ୍ଷେ ବିଭିନ୍ନ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ଏପ୍ରିଲ୧ରୁ ରାଜ୍ୟର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କଠାରୁ ୯କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହିତ ୮୩୧ଜଣଙ୍କୁ ଗିରଫ କରାଯାଇଛି। ୨,୧୮୦ ଦୋକାନ ସିଲ୍‌ କରାଯାଇଥିବାବେଳେ ୨୬,୧୪୬ ଗାଡ଼ି ଜବତ କରାଯାଇଛି ଏବଂ ୨,୫୦୩ ଅବକାରୀ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri