ଡିଜିଟାଲ ଦୁନିଆରେ ବଢୁଛି ସାଇବର କ୍ରାଇମ୍‌

ମୋରଡ଼ା,୨ା୧୦(ସ୍ମାରକ ମାଜୀ): ଆଜିର ଡିଜିଟାଲ ଦୁନିଆରେ ଦିନକୁ ଦିନ ସାଇବର କ୍ରାଇମ୍‌ ବଢ଼ିଚାଲିଛି। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚିତ୍ରଡ଼ା ପଞ୍ଚାୟତରୁ ଆରମ୍ଭ ହୋଇଛି। ମୋରଡ଼ା ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ପୌରୋହିତ୍ୟରେ ଚିତ୍ରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଓଡିଶା ପୋଲିସ ସରକାରଙ୍କର ଅନ୍ୟାନ୍ୟ ବିଭାଗ ତଥା ପ୍ରମୁଖ ବ୍ୟାଙ୍କମାନଙ୍କ ସହିତ ମିଶି ଚଳିତ ଅକ୍ଟୋବର ମାସରେ ଏହି ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ସର୍ବଦା ଶକ୍ତିଶାଳୀ ପାସଓ୍ବାର୍ଡର ବ୍ୟବହାର ଏବଂ ଉକ୍ତ ପାସଓ୍ବାର୍ଡ କାହାରିକୁ ପ୍ରକାଶ ନ କରିବା, ଇଣ୍ଟରନେଟରେ ବ୍ୟକ୍ତିଗତ ସୂଚନା ଓ ଫଟୋ ଶେୟାର କରିବା ସମୟରେ ସତର୍କ ଅବଲମ୍ବନ, ଅଜଣା ବ୍ୟକ୍ତିଙ୍କୁ ଠିକଣା ନ ଦେବା, ପରିଚୟ ପ୍ରମାଣ ବିବରଣୀ, ଆକାଉଣ୍ଟ ନମ୍ବର, ଏଟିଏମ୍‌ କାର୍ଡର ବିବରଣୀ ନ ଦେବା, ଅନ୍‌ଲାଇନ ମାଧ୍ୟମରେ ବନ୍ଧୁ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ ନ କରିବା ଇତ୍ୟାଦି ବାବଦରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ, ଦୀନବନ୍ଧୁ ଦେହୁରୀ,ମଞ୍ଜୁଲତା ବେହେରା, ଲକ୍ଷ୍ମୀପ୍ରିୟା ରାଉତ, ବିନତା ଥୟାଲ, ସାଲଖାନ ମାଝୀ, ଦୀପକ କୁମାର ବାରିକ, ଗୋବିନ୍ଦ ସାହୁ, ପିଥ ହେମ୍ବ୍ରମ ପ୍ରମୁଖ ମୋରଡ଼ା ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ବିଷ୍ଣୁପ୍ରିୟା ଦାସ, ସାଇବନ୍ଦନା ବେହେରା ଓ଼ ଚିତ୍ରଡା,ହଳଦୀପାଳ ପଞ୍ଚାୟତର ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରେ ଏକ ସଚେତନତା ରାଲି ମୋରଡ଼ା ପୋଲିସ ଦ୍ୱାରା କରାଯାଇଥିଲା। ସାଇବର କ୍ରାଇମ ବାବଦରେ ବିଭିନ୍ନ ପ୍ଲାକାର୍ଡ ଧରି ପୋଲିସ କର୍ମଚାରୀ,ଏସ୍‌ଏଚ୍‌ଜି ମହିଳାମାନେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରାଟେ କଲର ବେଲ୍ଟ ପରୀକ୍ଷା: ୨୦ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ

ଲାଞ୍ଜିଗଡ଼,୧୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ କରାଟେ କଲର ବେଲ୍ଟ ପରୀକ୍ଷା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।...

ସିଦ୍ଧ ବାଙ୍କେଶ୍ବରୀଙ୍କ ଡିମ୍ବୁଳା ଯାତ୍ରା ଆରମ୍ଭ, ଯାତ୍ରା ପୀଠ ଲୋକାରଣ୍ୟ

ଦିଗପହଣ୍ଡି,୧୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ତତ୍କାଳୀନ ବଡଖେମୁଣ୍ଡି ଗଡ଼ ତଥା ଦିଗପହଣ୍ଡି ବ୍ଲକ ବଡଡିମ୍ବୁଳା ଗ୍ରାମରେ କେଉଁ ଆବହମାନ କାଳରୁ...

୧୭ରେ କୃଷକ ମହାପଞ୍ଚାୟତ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ତାରିଖରେ ବରଗଡ ଜିଲା ସୟାଁ ଖେଳ ପଡ଼ିଆରେ କୃଷକ ମହାପଞ୍ଚାୟତ ହେବ। ଏଥିପାଇଁ ଜିଲାର ସମସ୍ତ ଗାଁ ଗାଁରେ ଜୋରଦାର ପ୍ରସ୍ତୁତି...

ଓଡ଼ିଆ ଅସ୍ମିତା ପାଇଁ ଭାଜପା ୫୦ ବର୍ଷ ଶାସନ କରିବ: ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉଦ୍‌ଯାପିତ ଅବସରରେ ଏମିତି କହିଲେ ବିଧାୟକ

ଭଞ୍ଜନଗର,୧୩।୩(ବାବୁଲା ପ୍ରଧାନ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡରେ ଦୁଇ ଦିନ ଧରି ଚାଲିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ...

ବାଇକରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳେ ଧରିଲା ପୋଲିସ, ଯାଞ୍ଚବେଳେ ମିଳିଲା…

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ଜିଲା ଦୌରା...

ଗଞ୍ଜେଇ ସହ ଧରାପଡିବା ପରେ ମାରିଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲା ଅବକାରୀ

ଛତ୍ରପୁର, ୧୩।୩(ସନ୍ତୋଷ ପାଢ଼ୀ ): ଛତ୍ରପୁର ସ୍ଥିତ ଭ୍ରାମ୍ୟମାଣ ଅବକାରୀ ଟିମ ଗୁରୁବାର ଗଞ୍ଜାମ ବ୍ରିଜ ନିକଟରୁ ୮ କିଗ୍ରା ଗଞ୍ଜେଇ ସହ ଜଣଙ୍କୁ ଗିରଫ...

କନ୍ଧମାଳ ମହୋତ୍ସବ, ପଲ୍ଲୀଶ୍ରୀ ମେଳା-୨୦୨୫: ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ଅଞ୍ଚଳବାସୀ, ବ୍ଲକ କର୍ମଚାରୀ

ଦାରିଙ୍ଗବାଡି, ୧୩।୩ (ଅରୁଣ ସାହୁ ): ଆସନ୍ତା ୨୧ ଠାରୁ ୨୫ ପର୍ଯ୍ୟନ୍ତ ଫୁଲବାଣୀଠାରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା -୨୦୨୫ ହେବାକୁ ଯାଉଛି।...

ଜାତୀୟ ମାଷ୍ଟର ଗେମ୍ସ, ବିଦ୍ୟାଧରଙ୍କୁ ମିଳିଲା ସ୍ବର୍ଣ୍ଣ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ କାଦୋବାହାଲ ଗ୍ରାମର ବିଦ୍ୟାଧର ସାହୁ କ୍ରୀଡ଼ାରେ ରେକର୍ଡ ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri