ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ ଡିପିରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଫଟୋ ଲଗାଇ ଡରାଇ ଧମକାଇ ଟଙ୍କା ମାଗୁଛନ୍ତି ତ ପୁଣି କେତେବେଳେ ଅନ୍ୟ ଉପାୟରେ ଠକୁଛନ୍ତି। ଠକେଇ ପାଇଁ ସାଇବର ଅପରାଧୀମାନେ ନୂଆ ନୂଆ କୌଶଳ ଆପଣାଉଥିବାରୁ ପୋଲିସ ଓ ସାଧାରଣ ଲୋକଙ୍କ ନିଦ ହଜିଛି। ଏହାକୁ ରୋକିବାକୁ କମିଶନରେଟ ପୋଲିସ ଯେତେସବୁ ପନ୍ଥା ଆପଣାଇଥିଲେ ବି କିଛି ସୁଫଳ ମିଳୁନି। ତେଣୁ ସୋମବାର ଶଟ୍‌ ଭିଡିଓ ଜାରି କରି ସଚେତନ କରାଇବାକୁ ଚେଷ୍ଟା କରିଛି ପୋଲିସ। ଉକ୍ତ ଭିଡିଓରେ କୁହାଯାଇଛି, ଯଦି କେହି ବ୍ୟକ୍ତି ବାହାର ଦେଶ ନମ୍ବରରୁ ହ୍ବାଟ୍‌ସଆପ୍‌ରେ କଲ୍‌ କରନ୍ତି ଓ ଡିପିରେ ପୋଲିସ ଫଟୋ ବ୍ୟବହାର କରି ଡରାନ୍ତି, ତା’ହେଲେ ଭୟଭୀତ ହୋଇ ସେମାନଙ୍କୁ କୌଣସି ବ୍ୟକ୍ତିଗତ ତଥ୍ୟ ଶେୟାର ନ କରିବାକୁ କୁହାଯାଇଛି। ଏପରିକି ଉକ୍ତ ନମ୍ବରକୁ ସଙ୍ଗେ ସଙ୍ଗେ ବ୍ଲକ କରିବା ସହ ୧୯୩୦ ବା ସାଇବର ଥାନାରେ ତୁରନ୍ତ ଅଭିଯୋଗ କରିବାକୁ ଭିଡିଓରେ ପରାମର୍ଶ ଦିଆଯାଇିଛି। ସୂଚନାନୁସାରେ, ତିନିଦିନ ତଳେ ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖକୁ ସାଇବର ଅପରାଧୀ ଧମକପୂର୍ଣ୍ଣ କଲ୍‌ କରିଥିଲେ। ଅପରାଧୀ ଜଣକ କହିଥିଲେ, ଜଣେ ଯୁବତୀଙ୍କୁ ତୁମ ପୁଅ ୪ଜଣ ସାଙ୍ଗ ସହ ମିଶି ବଳାତ୍କାର କରିଛନ୍ତି। ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିପାଇଁ ତୁମ ପୁଅଙ୍କୁ ଓଡିଶାରେ ଗିରଫ କରାଯାଇଛି। ୨୦ ହଜାର ଟଙ୍କା ପଠାଇଲେ ତୁମ ପୁଅଙ୍କୁ ଛାଡି ଦିଆଯିବ। ତେବେ ହ୍ବାଟ୍‌ସ ଆପ୍‌ରୁ ଏହି କଲ୍‌ ଆସିଥିବାବେଳେ ସେଥିରେ ଜଣେ ବରିଷ୍ଠ ପୋଲିସ ଡିଜିଙ୍କ ଫଟୋ ଥିବା ଦେଖି ପ୍ରଥମେ ବ୍ୟକ୍ତିଜଣକ ଚିନ୍ତାରେ ପଡିଥିଲେ। ହେଲେ ପରେ ଏହା ସାଇବର ଠକଙ୍କ ଚାଲ୍‌ବାଜି ଜାଣିବା ପରେ ଚତୁରତାର ସହ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟ ଏକ ଘଟଣାକ୍ରମ ଅନୁଯାୟୀ, ଜଣେ ଯୁବତୀଙ୍କ ଫ୍ଲିପ୍‌ କାର୍ଟ ଆକାଉଣ୍ଟକୁ କୌଣସି ମତେ ହ୍ୟାକ୍‌ କରି କେହି ଜଣେ ନୂଆଦିଲ୍ଲୀରୁ ୩୦ ହଜାରୁ ଅଧିକ ଟଙ୍କାର ଏକ ମୋବାଇଲ୍‌ ଫୋନ୍‌ ଓ ଗିଫ୍ଟ ଶପିଂ କରିନେଇଛନ୍ତି। ଯୁବତୀ ଜଣକ ନିଜ ଆକାଉଣ୍ଟ ଲଗ୍‌ ଇନ୍‌ କରି ଏହା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ବାପାଙ୍କୁ କିଛିଦିନ ତଳେ ପୋଲିସ ଡିପି ରଖି ହ୍ବାଟ୍ସଆପ୍‌ରେ ସାଇବର ଠକ କଲ୍‌ କରି ଡରାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri