ଭୁବନେଶ୍ୱର,୨।୧୨: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆପୋଲୋ ହସ୍ପିଟାଲ ଗ୍ରୁପ୍ ପକ୍ଷରୁ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ‘ସାଇବର ନାଇଫ୍’ ଟେକ୍ନୋଲୋଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦକ୍ଷିଣ ଏସିଆର ପ୍ରଥମ ସାଇବର ନାଇଫ୍ ‘ସାଇବର ନାଇଫ୍ ଏସ୍ ୭ଟିଏମ୍ (7 ଏଫ୍ଆଇଏମ୍ ରୋବୋଟିକ୍ ରେଡିଓ ସର୍ଜରି ସିଷ୍ଟମ୍ (ଟେକ୍ନୋଲୋଜି) ହସ୍ପିଟାଲର ଚେନ୍ନାଇ ଆପୋଲୋ କ୍ୟାନ୍ସର ସେଣ୍ଟର (ଏସିସି)ଠାରେ ଆରମ୍ଭ କରାଯାଇଛି। ଏପରିକି ସାଇବର ନାଇଫ୍ ଟେକ୍ନୋଲୋଜିର ପ୍ରଚଳନ କ୍ୟାନ୍ସର ଚିକିତ୍ସା ଏବଂ ପ୍ରଯୁକ୍ତି ବିଦ୍ୟା ପାଇଁ ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତ ପାଲଟିଛି। ଏ ସମ୍ପର୍କରେ ଆପୋଲୋ ହସ୍ପିଟାଲର ରେଡିଏସନ୍ ଅଙ୍କୋଲୋଜିର ବରିଷ୍ଠ ପରାମର୍ଶଦାତା ଡା. ମହାଦେବ ପୋଥାରାଜୁ କହିଛନ୍ତି, ସାଇବର ନାଇଫ୍ ଚିକିତ୍ସା ସାଧାରଣତଃ ୧ରୁ ୫ଟି ସେସନରେ କରାଯାଇଥାଏ। ଏହାର ଚିକିତ୍ସା ଅବଧି ସାଧାରଣତଃ ୩୦ରୁ ୯୦ମିନିଟ୍ ପର୍ଯ୍ୟନ୍ତ ରହିଥିବାବେଳେ ଉକ୍ତ ସମୟ ମଧ୍ୟରେ ବିଭିନ୍ନ କୋଣରୁ ୧୦୦ରୁ ୨୦୦ ରାଡିଏସନ ବିମ୍ ଦିଆଯାଏ। ପ୍ରତ୍ୟେକ ବିମ୍ ପ୍ରାୟ ୧୦ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ସେହିଭଳି ରେଡିଏସନ୍ ଅଙ୍କୋଲୋଜିର ବରିଷ୍ଠ ପରାମର୍ଶଦାତା ଡା. ରତ୍ନାଦେବୀ ଆର୍. କହିଛନ୍ତି, ମସ୍ତିଷ୍କର ସାଧାରଣ କ୍ଷତ ଯଥା ଶ୍ୱାନୋମା, ମେନିଞ୍ଜିଓମା ଏବଂ ଏଭିଏମ୍କୁ ଅଣ-ଆକ୍ରମଣାତ୍ମକ ଉପାୟରେ ଚିକିତ୍ସା କରିବା ସହିତ ସାଇବର ନାଇଫ୍ ଏସ୍୭ ଫିମ୍ ସବୁଠାରୁ ପ୍ରଭାବଶାଳୀ ହୋଇଥାଏ। ସେହିପରି ରେଡିଏସନ୍ ଅଙ୍କୋଲୋଜିର ବରିଷ୍ଠ ପରାମର୍ଶଦାତା ଡ.ଶଙ୍କର ଭାଙ୍ଗିପୁରମ୍ କହିଛନ୍ତି, ସାଇବର ନାଇଫ୍ ଏସ୍ ୭ଟିମ୍ ଫିମ୍ ସିଷ୍ଟମ୍ ରେଡିଏସନ୍ ଥେରାପିର ଭବିଷ୍ୟତକୁ ପୁନଃ ନିର୍ଦ୍ଧାରଣ କରିଥାଏ।

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍ଯାପିତ
ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼
ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର
ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ
ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ
ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା
ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...