ଆଇନର ଚକ୍ରବ୍ୟୁହ, ୧୯ ବର୍ଷ ଧରି ଥାନାରେ ପ୍ରଭୁ ଶ୍ରୀକୃଷ୍ଣ …

କାନପୁର,୩୦।୮: ପୁରାଣରେ ଉଲ୍ଲେଖ କରାଯାଇଛି ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ବନ୍ଦୀଶାଳରେ ଜନ୍ମଗ୍ରହଣ କରିଥିଲେ। ତେବେ କଳିଯୁଗରେ ଆଇନର ଚକ୍ରବ୍ୟୁହରେ ପଡ଼ି ପ୍ରଭୁ ଶ୍ରୀକୃଷ୍ଣ ଗତ ୧୯ ବର୍ଷ ଧରି ଥାନାରେ ରହିଛନ୍ତି। ସ୍ଥାନୀୟ ଦେହାତ ଥାନାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମାଙ୍କୁ ରଖାଯାଇଛି। ଶିବଲି ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ମାତା ରାଧା ବିରାଜମାନ କରୁଥିଲେ। ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଅଷ୍ଟଧାତୁରେ ନିର୍ମିତ ଏହା ମାଟି ତଳୁ ଖୋଦନ ସମୟ ମିଳିଥିବା ଲୋକେ କୁହନ୍ତି। ଜଣେ ବ୍ୟକ୍ତି ଲୋକ ବଶତଃ ରାଧାକୃଷ୍ଣଙ୍କ ପ୍ରତିମାଙ୍କୁ ଚୋରି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ବ୍ୟକ୍ତି ଥାନାରେ ପହଞ୍ଚି ପ୍ରତିମା ଚୋରି କରିଥିବା ସ୍ବୀକାର କରିବା ସହିତ ତାହା କେଉଁଠି ରହିଛି ପୋଲିସଙ୍କୁ ସୂଚନା ଦେଇଥିଲେ। ପ୍ରତିମା ଜବତ ହେବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କୋର୍ଟରେ ଶୁଣାଣି ଜାରି ରହିଛି। ଫଳରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ମାତା ରାଧାଙ୍କର ପ୍ରତିମାକୁ ଥାନାରେ ରଖାଯାଇଛି।

Share