କେନ୍ଦୁଝର,୧୮।୧(ସ୍ବ.ପ୍ର.): ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ ବୁଧବାର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରି ଟ୍ରାଫିକ୍ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ, ସାମାଜିକ କର୍ମୀ, ସରକାରୀ କର୍ମଚାରୀ ସାମିଲ ହୋଇଥିଲେ। ଆର୍ ଟି ଓ ଗୋପାଳ କୃଷ୍ଣ ଦାସ ଶୁଭାରମ୍ଭ କରିଥିଲେ। ସୂଚନା ଓ ଲୋକ ସଂପର୍କ ଉପନିର୍ଦ୍ଦେଶକ ସଞ୍ଜୀବ ବାରିକ, ଏସ୍ଡିପିଓ ମହେନ୍ଦ୍ର ମୁର୍ମୁ ସମେତ ଅନ୍ୟମାନେ ସାମିଲ ଥିଲେ।