ବୌଦ୍ଧ, ୪ ।୨ (ସ୍ବ.ପ୍ର.): ଉତ୍ତର ପ୍ରଦେଶ ରାଜ୍ୟର ଫତେପୁର ଜିଲାର ହସଉପୁର ଗ୍ରାମର ଜଗତ ଦାସଙ୍କ ବୟସ ୮୦ ବର୍ଷ ହେବ। କିନ୍ତୁ ସେ ୮୦ ବର୍ଷ ବୟସରେ ହାର ମାନିନାହାନ୍ତି। ଏହି ବୟସରେ ସେ ସାଇକେଲରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାତ୍ରା କରିଛନ୍ତି। ପ୍ରଥମେ ସେ ଉତ୍ତରାଖଣ୍ଡ ଗଙ୍ଗୋତ୍ରୀ ଗୋମୁଖରୁ ଜଳ ନେଇ ଆସି ଅଯୋଧ୍ୟା ରାମ ମନ୍ଦିର ରାମଙ୍କୁ ଦର୍ଶନ କରି ସେଠାରୁ ପୁଣି ସାଇକେଲରେ ପୁରୀ ଯାତ୍ରା କରିଥିଲେ। ସେ ଶୁକ୍ରବାର ବୌଦ୍ଧ ଜିଲା ଅତିକ୍ରମ କରିବା ଦେଖିବାକୁ ମିଳିଥିଲା ା ସେ ଜଣେ ସନ୍ୟାସୀ ଅଟନ୍ତି।