Categories: ଜାତୀୟ

ଡରାଉଛି ‘ବିପର୍ଯ୍ୟୟ’, ମୁମ୍ବାଇରୁ କେରଳ ପର୍ଯ୍ୟନ୍ତ ସମୁଦ୍ରରେ ଉଠୁଛି ଉଚ୍ଚ ଲହଡି

ମୁମ୍ବାଇ,୧୨।୬: ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଦେଶର ପଶ୍ଚିମ ଉପକୂଳରେ ଏହାର ଭୟଙ୍କର ରୂପ ଦେଖାଇବା ଆରମ୍ଭ କରିଛି। ମୁମ୍ବାଇରୁ କେରଳ ପର୍ଯ୍ୟନ୍ତ ଉପକୂଳରେ ପ୍ରବଳ ପବନ ବହୁଛି। ସମୁଦ୍ରର ମଧ୍ୟଭାଗରୁ ଉଚ୍ଚ ଉଚ୍ଚ ଲହଡି ଉପରକୁ ଉଠି କୂଳକୁ ଲଂଘୁଛି। ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବୈଠକ ଡାକିଛନ୍ତି ଯେଉଁଥିରେ ସେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ରବିବାର‘ବିପର୍ଯ୍ୟୟ’ ଏକ ଭୟଙ୍କର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା। ଏହା ଦ୍ରୁତ ଗତିରେ ଭାରତ ଉପକୂଳ ଆଡକୁ ଗତି କରୁଛି। ଯଦିଓ ଏହା ଜୁନ ୧୫ସୁଦ୍ଧା ପହଞ୍ଚିବ ବୋଲି ଆକଳନ କରାଯାଇଥିଲା, ହେଲେ ଏବେ ସେ ତା’ର ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି। ମୁମ୍ବାଇରେ ପ୍ରବଳ ପବନ ଯୋଗୁଁ ବିମାନ ଚଳାଚଳ ବ୍ୟାହତ ହୋଇଛି।

Share