Categories: ଜାତୀୟ

ଭାରତରେ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’, ଘଣ୍ଟା ପ୍ରତି ୫୦-୬୦ ବେଗରେ ପବନ, ୪ ରାଜ୍ୟରେ ଆଲର୍ଟ

ନୂଆଦିଲ୍ଲୀ,୧୦।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ଭାରତ ଆଡକୁ ଦ୍ରୁତ ଗତିରେ ଗତି କରୁଛି। ଗୁଜରାଟର ସୁରଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଡୁମାସ ଏବଂ ସୁଭାଲିରେ ଉଚ୍ଚ ଜୁଆର ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଜୁନ ୧୪ ପର୍ଯ୍ୟନ୍ତ ବନ୍ଦ ରହିଛି। ଅନେକ ସ୍ଥାନରେ ପ୍ରବଳ ପବନ ବୋହିବା ଆରମ୍ଭ କରିଦେଲାଣି। କେବଳ ଏତିକି ନୁହେଁ ପର୍ଯ୍ୟଟକଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ଏବଂ ସମୁଦ୍ର କୂଳକୁ ଯିବାକୁ ବାରଣ କରାଯାଇଛି। ଏହା ସହିତ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଦେଶର ୪ଟି ରାଜ୍ୟରେ ଆଗାମୀ ୩୬ଘଣ୍ଟା ମଧ୍ୟରେ ‘ବିପର୍ଯ୍ୟୟ’ର ପ୍ରଭାବ ପଡିପାରେ। ଦକ୍ଷିଣ ଆରବ ସାଗରର ଆଖପାଖ ଅଞ୍ଚଳରେ ୫୦-୬୦କିଲୋମିଟର ବେଗରେ ପବନ ବହୁଛି। କର୍ନାଟକ, ଗୋଆ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ସତର୍ତ ଜାରି କରାଯାଇଛି। ଏହି କାରଣରୁ ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କୁ କେରଳ, କର୍ନାଟକ ଏବଂ ଲକ୍ଷ୍ମାଦ୍ୱୀପ ଉପକୂଳରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି।

Share