Categories: ଜାତୀୟ

ଭୟଙ୍କର ହେଉଛି ‘ବିପର୍ଯ୍ୟୟ’: ଉପକୂଳବର୍ତ୍ତୀ ଅଞ୍ଚଳରୁ ୭,୫୦୦ ଲୋକଙ୍କୁ ସ୍ଥାନାନ୍ତର, ୬୭ ଟ୍ରେନ ବାତିଲ

ନୂଆଦିଲ୍ଲୀ,୧୩।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ଗୁରୁବାର ଗୁଜରାଟର କଚ୍ଛରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୁଜରାଟ ଉପକୂଳ ନିକଟରେ ଉଚ୍ଚ ତରଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଉପକୂଳବର୍ତ୍ତୀ ମୁମ୍ବାଇ ସହର ଆଲର୍ଟ ଥିବାବେଳେ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରୁ ୭,୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ‘ବିପର୍ଯ୍ୟୟ’କାରଣରୁ ପଶ୍ଚିମ ରେଳ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳକୁ ଯାଉଥିବା ୬୭ଟି ଟ୍ରେନକୁ ବାତିଲ କରଦିଆଯାଇଛି। ଜୁନ ୧୨ରୁ ୧୫ପର୍ଯ୍ୟନ୍ତ କିଛି ଟ୍ରେନ ଏକ କିମ୍ବା ଅଧିକ ଦିନ ପାଇଁ ବାତିଲ ହୋଇଛି। ଏଥିମଧ୍ୟରେ ଦିଲ୍ଲୀ ସରାଇ ରୋହିଲା-ଓଖା, ଓଖା ରାଜକୋଟ ସଂରକ୍ଷିତ, ଅହମ୍ମଦାବାଦ-ଭାରାଭାଲ ଏକ୍ସପ୍ରେସ, ଇନ୍ଦୋର-ଭାରାଭାଲ ମହାମାନା ଏକ୍ସପ୍ରେସ ରହିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁଜରାଟର କେତେକ ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଇଏମଡି ଅହମ୍ମଦାବାଦ କେନ୍ଦ୍ରର ନିର୍ଦ୍ଦେଶକ ମନୋରାମା ମହାନ୍ତି କହିଛନ୍ତି ଯେ, ଏହି ଘୂର୍ଣ୍ଣିବଳୟ ଜୁନ ୧୫ରେ କୁଚ୍ଛ ଜିଲାର ଜାଖା ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ୧୩୫-୧୪୫ କିଲୋମିଟରରୁ ୧୫୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ।

 

Share