Categories: ଜାତୀୟ

ଭୀଷଣ ହେଉଛି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’: ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ଷୟକ୍ଷତି ହେଲେ ତୁରନ୍ତ ସହାୟତା ପାଇଁ ପ୍ରସ୍ତୁତ ହେବା ସହିତ ଜରୁରୀ ସେବା ଯେପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୧ ଘଣ୍ଟା ଧରି ସାମୁଦ୍ରିକ ଝଡ ଉପରେ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପିଏମଓ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

Share