Categories: ଜାତୀୟ

ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’, ଭାରତ ସମେତ ପାକିସ୍ତାନ ଉପରେ ପଡିପାରେ ପ୍ରଭାବ

ନୂଆଦିଲ୍ଲୀ, ୯।୬: ଆସନ୍ତା ୩୬ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ଆହୁରି ତୀବ୍ର ହୋଇ ଆଗାମୀ ୨ ଦିନ ମଧ୍ୟରେ ଉତ୍ତର-ଉତ୍ତର-ପଶ୍ଚିମ ଉପକୂଳରେ ଗତି କରିବା ନେଇ ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)
ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଏହି ଭୟଙ୍କର ସାମୁଦ୍ରିକ ଝଡ ଗୋଆର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଉପକୂଳଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ରହିଛି। ଏହି ଘୂର୍ଣ୍ଣିବଳୟ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଅଧିକ ଭୟଙ୍କର ରୂପ ନେବାକୁ ଯାଉଛି। ଆସନ୍ତା ଦୁଇ ଦିନରେ ‘ବିପର୍ଯୟ’ ଉତ୍ତର ଦିଗକୁ ଗତି କରିବେ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ଏହି ସାମୁଦ୍ରିକ ଝଡପୂର୍ବ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରରେ ରହିଥିଲା। କେବଳ ଏତିକି ନୁହେଁ, ଏହି ସାମୁଦ୍ରିକ ଝଡ କେରଳର ମୌସୁମୀ ଉପରେ ମଧ୍ୟ ପ୍ରଭାବ ପକାଉଛି, ଯେଉଁ କାରଣରୁ ମୌସୁମୀର ଗତି କ୍ରମାଗତ ଭାବେ ମନ୍ଥର ହୋଇଯାଉଛି। ଭାରତ ସହିତ ପାକିସ୍ତାନ, ଇରାନ, ଓମାନ ଏବଂ ଆରବ ସାଗର ନିକଟରେ ଥିବା ଦେଶ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ ବୋଲି ଆଶା କରାଯାଉଛି।

Share